ବିଜୁଜନତା ଦଳର 27ତମ ପ୍ରତିଷ୍ଠା ଦିବସ

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ବିଜୁଜନତା ଦଳର 27ତମ ପ୍ରତିଷ୍ଠା ଦିବସରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଏକ ବିଶାଳ ଗଣ ଦୌଡ଼ କରିଥିଲେ. ନୟାଗଡ଼ ର ଆରାଧ୍ୟ ଦେବି ମା ଦକ୍ଷିଣ କାଳୀ ଙ୍କ ମଣ୍ଡାବଣ ପଡିଆ ଠାରୁ ଆରମ୍ଭ ହୋଇ ନୟାଗଡ଼ ବାଲାଙ୍ଗୀ ପାର୍କ ରେ ଶେଷ ହୋଇଥିଲା.

ଏହି ଦୌଡ଼ ରେ 5000 ରୁ ଅଧିକ ଯୁବକ ସାମିଲ ହୋଇଥିଲେ. ନୟାଗଡ଼ ପାଇଁ ଗର୍ବ ଓ ଗୌରବର କଥା ସକାଳ 5 ଟା ରୁ ବହୁ ଯୁବକ ମଣ୍ଡାବନ ପଡିଆରେ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ରେ ପୋଲିସ ପ୍ରଶାସନ,

ବୁଦ୍ଧିଜୀବୀ ଏବଂ ଜନସାଧାରଣ ସହଯୋଗ କରିଥିଲେ. ଏହି କାର୍ଯ୍ୟକ୍ରମରେ ପୌରାଧ୍ୟାକ୍ଷା ନିରୁପମା ଖଟେଇ, ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ଙ୍କ ସମେତ ବିଜୁ ଜନତା ଦଳର ବହୁ ଅଧକ୍ଷ ମନେ ଉପସ୍ଥିତ ଥିଲେ.

Exit mobile version