ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଉସ୍ରବ ପଲ୍ଲି ଶ୍ରୀ ମେଳା-୨୦୨୩ ଉଦଯାପିତ

୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :->  ଗଜପତି ଉତ୍ସବ ଓ ପଲ୍ଲି ଶ୍ରୀ ମେଳା ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଶନିବାର ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ, ବ୍ରହ୍ମପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ,ଓରମାସ, ଭୁବନେଶ୍ୱର, ଡ଼.ରାମାନୁଜ ନାରାୟଣ, ନିର୍ଦ୍ଧେଶକ, ସି.ଏସ୍.ଆଇ.ଆର ଆଇ.ଏମ.ଏମ.ଏଟି. ଭୁବନେଶ୍ୱର, ଶ୍ରୀଯୁକ୍ତ ସୁନିଲ ମହାନ୍ତିଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି,ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି,

କମାଣ୍ଡାଣ OSAP୩ୟ ବାଟାଲିୟନ ଗଜପତି ଓ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି,ଜନଜାତି ,ନୃତ୍ୟ ସଙ୍ଗୀତ,ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ,ପରେ ଜିଲ୍ଲାର କୋଣ ଅନୁକୋଣ ତଥା ପୁରପଲ୍ଲୀର ଉଭୟ କଳାକାର ଓ ଜନସାଧାରଣ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସାମିଲ ହେଇଥିଲେ। ବିଶେଷ କରି ପାଞ୍ଚ ଦିନରେ ରାଜ୍ୟ ଓ ରାଜ୍ୟ ବାହାର, ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନଙ୍କ ମହାମିଳନ ର ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଛି। ପରେ ପରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ,

ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସଵରେ ସମ୍ମାନିତ କରାଯାଇଥିଲା ଓ ଉତ୍ସବର ସମସ୍ତ କମିଟି ଅଧ୍ୟକ୍ଷ ଓ ସଭ୍ୟ ମାନଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲାସେହିପରି ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ପଲ୍ଲିଶ୍ରୀ ମେଳା ୨୦୨୩ରେ ୧ କୋଟି ୧ ଲକ୍ଷ ଶହେ ୧୧ ଟଙ୍କା ରୁ ଉର୍ଦ୍ଧ ବ୍ୟବସାୟ କରଯାଇଛି। ସେହିପରି ରାଧା ରମଣ ସ୍ବୟଂ ସହାୟକ ଗୋଷ୍ଠୀ କଟକ, ମହା ଲକ୍ଷ୍ମୀ ମହିଳା ସଂଗଠନ ମିଶନ ଶକ୍ତି ଗୁମ୍ମା, ଓଡ଼ିଶା ମିଲେଟ୍ ମିଶନ ଗଜପତି, ମହାବୀର ଉତ୍ପାଦକ ଗୋଷ୍ଠୀ ଖୋର୍ଦ୍ଧା,

ଏଗ୍ରୋପ୍ରଡକ୍ଟ ପ୍ରଡ୍ୟୁସର୍ କମ୍ପାନୀ କୋରାପୁଟ ଓ ମା ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ବୌଦ୍ଧ ଏହି ଦୋଳ କୁ ସମ୍ମାନିତ କରାଯାଇଥିଲା ଓ ଉଦ୍ୟାନ ବିଭାଗ ଗଜପତି, ଜିଲ୍ଲା ବନ ବିଭାଗ ଗଜପତି ଓ ଜିଲ୍ଲା ଶିଳ୍ପକେନ୍ଦ୍ର ଗଜପତି ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।ଏହି ଅବସରରେ ପଞ୍ଚମ ଦିନ ତଥା ଶେଷ ସନ୍ଧ୍ୟାରେ ଜିଲ୍ଲା, ତଥା ଜିଲ୍ଲା ବାହାର ର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯଥା ଭବାନୀପାଟଣା ର ବାଜାସାଲା, ପୁରୀର ଗୋଟିପୁଅ ଓ ଆମ ଜିଲ୍ଳାର ଗୁମ୍ମା, ଗୋସାଣୀ, କାଶୀନଗର, ମୀରାକାଳ ର ଗୋଟି ପୁଅ, ବିନିଶି କୁଚିପୁଡ଼ି ଏକାଡେମୀ ର କୁଚିପୁଡି ନୃତ୍ୟ, ୱିନର ଟିମ୍ ମହାକ୍, ଜୟ ଜଗନ୍ନାଥ ମୋଡେନ୍ ନୃତ୍ୟ ଓ ଦେଖ ଜିଲ୍ଲା ଗଜପତି ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ପୋଲିସ୍ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Exit mobile version