ମୋହନା ଓ ବିଭିନ୍ନ ସ୍ଥାନରେ ବାଜପେୟୀ ଜୟନ୍ତୀ

୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ବରିଷ୍ଟ କର୍ମୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ମୋହନା ନିର୍ବାଚନ ମଣ୍ଡଳୀ ବିସ୍ତାରକ ଆଦିତ୍ୟ କହଁର, ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଜିତେନ୍ଦ୍ର ବେହେରା,

ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ, ସରପଞ୍ଚ ସୁନିତା ମଲିକ, ସତ୍ୟନାରାୟଣ ଦଣ୍ଡସେନା, ମନୋଜ ସାହୁ, ଅଧ୍ୟାପକ ଭଗବାନ ବିଶୋୟୀ, ପ୍ରମୁଖ ଯୋଗଦେଇ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ମିଷ୍ଟାନ ବଣ୍ଟନ କରାଯାଇଥିଲା l ସେହିପରି ଅଡବା ଓ ପାଣିଗଣ୍ଡା ଠାରେ ଜିଲ୍ଲା ସମ୍ପାଦକ ଦିବାକର ପ୍ରଧାନୀ,

ମଣ୍ଡଳ ଉପସଭାପତି କୁଳ ଚନ୍ଦ୍ର ମଲ୍ଲିକ, ମଣ୍ଡଳ ଅଧ୍ୟକ୍ଷ ଗଦାଧର ରାଉତ, ରାଜେନ୍ଦ୍ର ପାତ୍ର, ସୁନୀଲ ମାଝୀ, ମାର୍କଣ୍ଡ ପାତ୍ର ଙ୍କ ସଂଯୋଜନା ରେ ବାଜପେୟୀ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ବାଜପେୟୀ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଗୁଣଗାନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବହୁ କର୍ମୀ ଯୋଗ ଦେଇଥିଲେ l

Exit mobile version