ବ୍ରାହ୍ମଣ ମହାସଂଘ ଓଡ଼ିଶା ର ଦ୍ଵିତୀୟ ବାର୍ଷିକ ଉତ୍ସବ

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :-> ଗଣିଆ ବ୍ରାହ୍ମଣ ମହାସଂଘ ଓଡିଶାର ଆନୁକୂଲ୍ୟରେ, ଚଳିତ ବର୍ଷର, କଟକ ଜିଲ୍ଲା ଜଗତପୁର ନିକଟସ୍ଥ ପିର ବଜାର ସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ, ଦୁଇ ଦିନ ବ୍ୟାପୀ ରାଜ୍ୟ ସାଧାରଣ ସମାବେଶ ତଥା ମହାସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହଜନକ ଭାବରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l ଉକ୍ତ ବୈଠକରେ ସମଗ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟଶ ଏକ ହଜାର ବ୍ରାହ୍ମଣ ଦେବତା ସମ୍ମିଳିତ ହୋଇଥିଲେ । ପ୍ରଥମ ଦିନରେ ସୁନ୍ଦର କାଣ୍ଡର ପାରାୟଣ ଏବଂ ବ୍ୟାଖ୍ୟାନ, ମାଜିକ ସୋ, ଭଜନ ସନ୍ଧ୍ୟା, ପ୍ରାର୍ଥନା ଚ୍ୟାନେଲ୍ ପାଲାକୁ ସମୀକ୍ଷା କରୁଥିବା ବରିଷ୍ଠ ବିଦ୍ୱାନ ପଣ୍ଡିତ ପଦ୍ମନାଭ ତ୍ରିପାଠୀଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ କରାଯାଇଥିଲା ।

ତତ୍ ସହିତ ମହାସଂଘ ତରଫରୁ, ଶ୍ରୀମଦ ଭଗବତ ଗୀତାର ସମ୍ପୂର୍ଣ ପାରାୟଣ ଏବଂ ପୂର୍ଣ୍ଣାହୁତି ଅତ୍ୟନ୍ତ ଭାବମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସରେ, ଗୀତା ଜୟନ୍ତି ଆହୁତି ସହ ସଂପୂର୍ଣ୍ଣ ଗୀତାପାଠ କରାଯାଇଥିଲା । ମହାସଂଘର ସାଙ୍ଗଠନିକ ଆଲୋଚନା ଚକ୍ରରେ, ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ମୂଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିବା ସ୍ଥଳେ, ପ୍ରଫେସର ମହେଶ୍ୱର ପଣ୍ଡା, (ପ୍ରାକ୍ତନ ଅଧ୍ୟକ୍ଷ୍, ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ) ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଅନ୍ୟତମ ସାରସ୍ୱତ ଅତିଥି ଭାବରେ ପ୍ରାକ୍ତନ ଜିଲ୍ଲା ଶିକ୍ଷାଧୀଶ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଧନଞ୍ଜୟ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ପ୍ରଭାରୀ ଇଞ୍ଜିନିଅର ଶ୍ରୀନିବାସ ଦାଶ, ମହାସଂଘର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର, ସହ ସମ୍ପାଦକ ଇଞ୍ଜିନିଅର ଜିତେଶ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରସନ୍ନ ଦାଶ, ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ଡକ୍ଟର. ପଞ୍ଚାନନ ସୁନ୍ଦର ପାଣୀ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶ, ରାଜ୍ୟ ସଂଯୋଜକ ତଥା ଆବାହକ ଶ୍ରୀଯୁକ୍ତ ପ୍ରିୟବ୍ରତ ଷଡ଼ଙ୍ଗୀ, କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ ହୋତା, ବାର୍ଷିକ ଉତ୍ସବ କମିଟିର ସଭାପତି ହୃଷି ନନା, ଅନ୍ୟତମ ସଦସ୍ୟ ରଘୁ ଚୌଧୁରୀ, ମହାସଂଘର ସମୀକ୍ଷକ ତଥା ମାର୍ଗଦର୍ଶକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ, କାର୍ଯ୍ୟକାରୀ ସଦସ୍ୟ ପ୍ରହଲ୍ଲାଦ ଶୁକ୍ଳା, ପ୍ରମୁଖ ରାଜ୍ୟ ସ୍ତରୀୟ ପ୍ରମୁଖ କର୍ମ କର୍ତ୍ତା ବୃନ୍ଦ ଯୋଗଦାନ କରିଥିଲେ ।

ଏଥିରେ ସମଗ୍ର ରାଜ୍ୟ ସ୍ତରରୁ ବରିଷ୍ଠ ବିଦ୍ୱାନ ତଥା ଅଭିଜ୍ଞ ପଣ୍ଡିତ ପାଞ୍ଚ ଜଣଙ୍କୁ, ମହାସଂଘ ତରଫରୁ ଉପଢୌକନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ମହସଂଘର ସାଧାରଣ ସମ୍ପାଦକ ଡକ୍ଟର. ସୌମ୍ୟ ରଂଜନ ମହାପାତ୍ର, ଏକ ବିଶେଷ କାମରେ ରାଜ୍ୟ ବାହାରେ ଥାଇ ସୁଦ୍ଧା, ଆଭାସୀ ମାଧ୍ୟମରେ ତଦାରଖ କରୁଥିଲେ l ଏହି ପରିପ୍ରେକ୍ଷୀରେ, ମହାସଂଘ ତରଫରୁ ଚଳିତ ବର୍ଷର ତ୍ରଇଲୋକ୍ୟ ମୋହିନୀ ପତ୍ରିକାର ଉନ୍ମୋଚନ, ଯୋଗଦାନ କରିଥିବା ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା, କରାଯାଇଥିଲା l

ପରିଶେଷରେ ମହାସଂଘ ପକ୍ଷରୁ, ସମସ୍ତ ବ୍ରାହ୍ମଣ ଦେବତାଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ରହିଥିଲା l ଖୁବଶୀଘ୍ର ସମଗ୍ର ରାଜ୍ୟରୁ, ବ୍ରାହ୍ମଣ ମାନଙ୍କୁ ସଂଗଠିତ କରି, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଇ, କୌଳିକ ବୃତ୍ତି ଅବଲମ୍ବନ କରୁଥିବା ତଥା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ବ୍ରାହ୍ମଣ ମାନଙ୍କ ନିମନ୍ତେ , ସ୍ୱତନ୍ତ୍ର ଆର୍ଥିକ ଅନୁଦାନ କରିବାକୁ, ସର୍ବ ସମ୍ମତିକ୍ରମେ ରାଜ୍ୟ ସର୍ବକାରଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଦାବୀ ରଖିବାକୁ, ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l

Exit mobile version