ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ତରଫରୁ କ୍ରୀଡା ପ୍ରତିଯୋଗିତା ପାଳିତ

୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ଆଜି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା ।

ଏଥିରେ ୧୦୦, ୨୦୦ ମିଟର ଦୌଡ, ଲମ୍ବଡିଆ, ଉଚ୍ଚଡିଆ, କବାଡି, କ୍ରୀକେଟ୍ ଖୋକ, ଭଲିବଲ୍ ଇତ୍ୟାଦି ଖେଳ ପ୍ରତିଯୋଗିତା କରାଯାଇଥିଲା । ନୋଡାଲ ଅଫିସର ନିଳାଚଳ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଉକ୍ତ କ୍ରୀଡା ପ୍ରତିଯୋଗିତା କରାଯାଇଥିବା ବେଳେ ବିଦ୍ୟାଳୟର ଖେଳ ଶିକ୍ଷକ ସୁମନ୍ତ କୁମାର ବେହେରା ଖେଳ ଗୁଡିକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version