ନୂଆଗଡ଼ ଗ୍ରାମର ୨୪ ତମ ଶନିଶ୍ଚର ମହାଯଞ ଉଦଯାପିତ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମରେ ପବିତ୍ର ଓଢ଼ଣୀ ଷଷ୍ଠୀ ଠାରୁ ଆରମ୍ଭ ହୋଇଥିବା ୨୪ ତମ ବାର୍ଷିକ ଶନିଶ୍ଚର ବିଶ୍ୱ ଶାନ୍ତି ମହାଯଞ ଶନିବାର ରାତିରେ ଉଦଯାପିତ ହୋଇଛି । ଏହି ମହା ଯଞରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ପୂର୍ବତନ କର୍ପୋରେଟର ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସାଧାରଣ ସଂପାଦିକା ରାଜକୁମାରୀ ସ୍ୱାଇଁ ପ୍ରମୁଖ ବହୁ ବରିଷ୍ଠ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ ମହାଯଞରେ ନୂଆଗଡ଼ ଗ୍ରାମ ସମସ୍ତ ଜନସାଧାରଣ ଯୋଗ ଦେବା ସହିତ ବିଭିନ୍ନ ଗ୍ରାମର ମୁରବୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ । ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ମହାଯଞର କର୍ତ୍ତା ବିକ୍ରମ କେଶରୀ ଶତପଥୀ ( ବାମା ନନା) ଶନିଶ୍ଚର ମହାଯଞ ରେ କର୍ତ୍ତା ହୋଇଥିଲେ ।

ଉଦଯାପନୀ ସନ୍ଧ୍ୟାରେ ସଂକୀର୍ତ୍ତନ ସାଙ୍ଗକୁ ଭଜନ ପରିବେଷଣ କରାଯାଇଥିଲା । ଯଞରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ, ଉପ ସଭାପତି ଗଣେଶ ଚନ୍ଦ୍ର ବରାଳ, ବ୍ରିଜେଶ ଶତପଥୀ, ବିଘ୍ନେଶ୍ୱର ବରାଳ, ଯୋଗେନ୍ଦ୍ର ପ୍ରଧାନ, କାର୍ତ୍ତିକ ସାହୁ,ଚନ୍ଦନ ଭଟ୍ଟଙ୍କ ସମେତ ଗ୍ରାମବାସୀ ଓ ଯୁବକ ମାନେ ସହଯୋଗ କରିଥିଲେ ।

 

Exit mobile version