ଗଜପତି ଜିଲ୍ଲାରେ ବିଜେଡି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି

୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ବିଜେଡି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କଲାଣି । ଗତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାୟକ ବିରୋଧୀ ହାତେଇ ଥିବାରୁ ଆସନ୍ତା ନିର୍ବାଚନରେ ଯେପରି ବିଜେଡି ଦୁଇଟି ଯାକ ବିଧାୟକ ପଦବୀ ହାତେଇବ ବର୍ତ୍ତମାନ ଠାରୁ କସରତ ଆରମ୍ଭ କଲେଣି ।

ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଜିଲ୍ଲାର ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଦଳର ବରିଷ୍ଟ ନେତାଙ୍କ ସହ ଦଳୀୟ କର୍ମୀ ଙ୍କୁ ଧରି ବାରମ୍ବାର ଗସ୍ତ କରି ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ଯେପରି ବିଜେଡି ପ୍ରାର୍ଥୀ ବିଜୟୀ ହେବେ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ମୁଖ୍ୟମନ୍ତ୍ରୀ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପ୍ରଦାନ କରିଥିବା ଅନୁଦାନ ଗୁଡ଼ିକ ଯେପରି ଠିକ ସମୟରେ ଖର୍ଚ୍ଚ କରି କାର୍ଯ୍ୟ ଗୁଡ଼ିକ ସ୍ଥାନୀୟ ଲୋକଙ୍କ ସେବାରେ ଲାଗିବ ତାହା ବୁଲି ବୁଲି ତଦାରଖ କରିବା ସହ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ସଭାପତି ଆମ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିବା ବେଳେ ଗଜପତି ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନରେ ବାଧ୍ୟ ହୋଇ ବିଜେଡି ଜିଲ୍ଲା ର ଦୁଇଟି ଯାକ ଆସନରେ ବିଜୟୀ ହେବେ ବୋଲି ଦୃଢ ମତ ପ୍ରକାଶ କରିଛନ୍ତି।

Exit mobile version