ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ପ୍ରାଚୀ ସାହିତ୍ୟ ସମିତି ପକ୍ଷରୁ କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁଙ୍କ ୯୯ ତମ ଜୟନ୍ତୀ ପାଳନ

୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିଆଳି :-> ସେ ଆଉ ନାହାଁନ୍ତି ଛାଡି ଯାଇଛନ୍ତି ଅନେକ ଛାପ। ଆଉ ତିଆରି କରି ଯାଇଛନ୍ତି ଅନେକ ପ୍ରତିଭା। ଆଉ ମଧ୍ୟ ତିଆରି କରିଯାଇଛନ୍ତି ଅନେକ ଛାତ୍ର । ସାହିତ୍ଯକୁ କରିଛନ୍ତି ଅନେକ ରୁଦ୍ଧିମତ। ଯେଉଁଠି ଖାଇବା ପାଇଁ ମୁଠେ ଦାନା ମୁଳୁନଥିଲା ସେ କିନ୍ତୁ ସାଉଁଠୁ ଥିଲେ ଓଡ଼ିଆ ସାହିତ୍ଯ । ସେ କେହି ନୁହଁନ୍ତି କଟକ ଜିଲ୍ଲା ନିଆଳି ମାଟିର ସ୍ବଗର୍ତ କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁ । ସ୍ବଗର୍ତ ନୀଳମଣିଙ୍କୁ କଥାରମଣୀ କଥାକାର ବୋଲି ବିବେଚନା କରାଯାଇଛି।

ତାଙ୍କର ୯୯ ତମ ଜନ୍ମ ଜୟନ୍ତି ଓଡିଶା ସାହିତ୍ଯ ଏକାଡେମୀ ଓ ପ୍ରାଚୀ ସାହିତ୍ଯ ସମିତି ପକ୍ଷରୁ ନିଆଳିସ୍ଥିତ ସାହୁ ପ୍ଯାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଵର୍ଗତ ନୀଳମଣୀଙ୍କ ଉଦ୍ଦେଶ୍ୟରେ ଲେଖକ ରାଜକିଶୋର ମହାନ୍ତି ଓ ସଙ୍କଳନ ପ୍ରଶାନ୍ତ ମହାନ୍ତିଙ୍କ ଦ୍ୱାରା ରଚିତ ପୁସ୍ତକ”ଗଳ୍ପ ସମଗ୍ର” ଡ଼ ତ୍ରିନାଥ ପଟ୍ଟନାୟକଙ୍କ ଦ୍ବାରା “ଗାଁ ମାଟିର ମୋହ”ବୈଷ୍ଣବ ଚରଣ ମହାନ୍ତିଙ୍କ ରଚିତ”ପାକି ପ୍ରାଣେଶ୍ବର ନିଆଳି ନୀଲୁ” ଅବସର ଶିକ୍ଷାବିତ ଦିଲ୍ଲିପ ମହାନ୍ତିଙ୍କ ଦ୍ୱାରା ରଚିତ”ସମ୍ପର୍କ “ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଜୟନ୍ତୀ ସମାରୋହରେ ଓଡିଶା ସାହିତ୍ଯ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲିକ ମୁଖ୍ଯ ଅଥିତି ଭାବରେ ଯୋଗଦେଇଥିବା ବେଳେ ଅନ୍ଯ ମାନଙ୍କ ମଧ୍ୟରେ ଦୈନିକ ଖବର କାଗଜ ନିତି ଦିନ ସମ୍ପାଦକ ମନୋଜ କୁମାର ମହାପାତ୍ର, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଏବଂ ପ୍ରାଚୀ ସାହିତ୍ଯ ସମିତି ସଭାପତି ଡଃ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ଜୀବନି ଏବଂ ସାହିତ୍ଯ କ୍ଷେତ୍ରରେ ଅହେତୁକ ଅବଦାନକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏହି ସମାରୋହରେ ଅନେକ ସାହିତ୍ୟିକ, ଗାଳ୍ପିକା, କବି ଓ ଗବେଷକ ଯୋଗ ଦେଇଥିଲେ.

Exit mobile version