ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ

-ଡକ୍ଟର ଅଜୟ କୁମାର ହେଲେ ପିସିସିର ନୂଆ ପ୍ରଭାରୀ

-ଚେଲ୍ଲା କୁମାରଙ୍କ ସ୍ଥାନ ନେଲେ ଡକ୍ଟର ଅଜୟ କୁମାର

-ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି

-ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ

୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :-> ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର ଜଣେ ଡାକ୍ତର । ୧୯୮୫ ମସିହାରେ ସେ ପୁଡୁଚେରୀରୁ ଏମ୍‌ବିବିଏସ୍ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ଭାରତୀୟ ପୁଲିସ୍ ସେବାରେ ଯୋଗ ଦେଇଥିଲେ । ସେ ୧୯୮୬ ବ୍ୟାଚ୍‌ର ବିହାର କ୍ୟାଡରର ଆଇପିଏସ୍ ଅଫିସର ଥିଲେ ।

୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ସେ ଆଇପିଏସ୍ ଭାବେ ଚାକିରି କରିଥିଲେ । ୧୯୯୬ରେ ସେ ଚାକିରି ଛାଡ଼ି ଟାଟା ମୋଟର୍ସରେ ଏକ ବରିଷ୍ଠ ପଦବୀରେ ଯୋଗ ଦେଇଥିଲେ । ତା’ପରେ ରାଜନୀତିକୁ ଆସିଥିଲେ । ୨୦୧୧ରେ ଜାମସେଦପୁର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

Exit mobile version