
୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :-> ଏନଏନ ଏସ :ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଐତିହାସିକ ମାମୁଁ ଭଣଜା ପାହାଡ଼ ନିକଟ ଶ୍ରୀରାମ ବିହାର, ସିଙ୍ଗେଶ୍ୱରସ୍ଥିତ ଶନିବାର ଅପରାହ୍ନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମହାସମାରୋହରେ ଚତୁର୍ବିଂଶ ବାର୍ଷିକ ଉତ୍ସବ ସଭାପତି ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାସ ଙ୍କ ଅଧ୍ୟକ୍ଷତାରେ ବିଦ୍ୟା ମନ୍ଦିର ପରିସର ମଧ୍ୟ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସଭାପତି ଓଡିଶା ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନ ତଥା ପ୍ରାକ୍ତନ ସଭାପତି ସ. ଶି.ବି. ମ, ବରମୁଣ୍ଡା ଅନିଲ ମହାଲିକ ଯୋଗଦେଇ ଶିକ୍ଷାର ଭାରତୀୟତା,
ଶିଶୁ ମନ୍ଦିର ହେଉଛି ମଣିଷ ତିଆରି କାରଖାନା,ଉତ୍ତମ ନୀତି ଆଦର୍ଶ, ଉତ୍ତମ ଆଚାର ବ୍ୟବହାର,ଆଦର୍ଶ ଶିକ୍ଷକ ଥିଲେ ଆଦର୍ଶ ଶିକ୍ଷା ହୋଇ ପାରିବ ବୋଲି ଅଭିଭାଷଣରେ କହିଥିଲେ l ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ମାର୍ଗ ଦର୍ଶକ, ଆଦିତ୍ୟ ବାହିନୀ ତଥା ପ୍ରାକ୍ତନ ଜଗନ୍ନାଥ ସଂକୃତି ଗବେଷକ, ଗୋବର୍ଦ୍ଧନ ପୀଠ, ପୁରୀ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗ ଦେଇ ବିଦ୍ୟା ମନ୍ଦିର ହେଉଛି ଅlର୍ଦଶ ରାଷ୍ଟ୍ରବାଦୀ ମଣିଷ ତିଆରି କାରଖାନା,
ଆବଶ୍ୟକତାରେ ପୁର୍ଣ କରିବା, ଉତ୍ତମ ଚରିତ୍ର ଗଠନ, ଭଲ ମଣିଷ ଅପେକ୍ଷା କରିବା, ନୈତିକତା,ପରମ୍ପରା, ଐତିହ, ସଂକୃତି, ଧର୍ମ ହିଁ ଆମ ଜୀବନର ମାନବିନ୍ଦୁ,ଶୈଶିକ ପରିବେଶକୁ ସୃଦୃଢ କରିବା କଥା ଉର୍ନତ ମାନର ଶିକ୍ଷା ସମ୍ପର୍କରେ ଗୁରୁତ୍ୱlରୋପ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ, ସମ୍ପାଦକ ଅନନ୍ତ ପ୍ରସାଦ ସେଠୀ ଭାବେ ଯୋଗଦେଇ ,ସମାଜରେ ଜଣେ ଭଲ ମଣିଷ କିପରି ହୋଇ ପlରିବ ମତବ୍ୟକ୍ତ କରିଥିଲେ l