ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ରେ ଯୋଗ ଦେଲେ – ଚମ୍ପୁଆ ବିଧାୟିକା

୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କେନ୍ଦୁଝର :-> ଜିଲ୍ଲା ସ୍ତୋରୀୟ ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୩ର ଅନ୍ତିମ ଦିବସରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଯୋଗ ଦେଇ ଜିଲ୍ଲା ପ୍ରଶାସନର ଏଭଳି ଭବ୍ୟ ଆୟୋଜନ ଏବଂ କେନ୍ଦୁଝରବାସୀଙ୍କ ମୁଖରେ ଖୁସି ଆଣିବାର ଯେଉଁ ଅଭିନବ ପ୍ରୟାସ କରିଛନ୍ତି ସେଥିପାଇଁ ଯେତେ ଧନ୍ୟବାଦ ଦେଲେ କମ୍ ପଡିଯିବ ବୋଲି ବିଧାୟିକା ଶ୍ରୀମତି ମହାନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ ।

ବିଶେଷ କରି ପଲ୍ଲିଶ୍ରୀ ମେଳାରେ ଯୋଗ ଦେଇଥିବା ସମସ୍ତ ଉଦ୍ୟଗୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଥିଲେ କି ଏଭଳି ସୁଯୋଗକୁ ହାତଛଡା ନକରି ନିଜର ସର୍ବୋଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରଚାର ପ୍ରସାର କରିବା ଏ ହେଉଛି ସୁନ୍ଦର ମାଧ୍ୟମ ।

ଉକ୍ତ ଉଦଯାପନୀ ଦିବସରେ ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର,ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ,ପାଟଣା ବିଧାୟକ ଜଗନ୍ନାଥ ନାଏକ,ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

Exit mobile version