ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ ଙ୍କ ର ବାପା ହାଇକୋର୍ଟ ଙ୍କ ଦ୍ବାରସ୍ଥ ହେଲେ : ପୁଅ ଯିବନ ପ୍ରତି ବିପଦ ଅଛି

ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ ର ଜିବନ ପ୍ରତି ବିପଦ ରହିଛି ତା’ର ଚିକିତ୍ସାରେ ଅବହେଳା କରି ତାକୁ ଜୀବନରୁ ମାରିଦେବାର ଆଶଙ୍କା ରହିଛି. ତେଣୁ ତୁରନ୍ତ ସୁଶାନ୍ତକୁ ସୁପରସ୍ପେଶାଲିଟି ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉ ଏଭଳି ଆବେଦନ କରି ସୁଶାନ୍ତ ଧଳସାମନ୍ତ ଙ୍କ ର ୮୫ ବର୍ଷୀୟ ବାପା ସରୋଜ କୁମାର ଧଳସାମନ୍ତ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି. ଆବେଦନରେ ଦର୍ଶାଯାଇଛି ଯେ ୨୦୧୬, ଜାନୁଆରୀ ୨୯ ରୁ ସୁଶାନ୍ତ ଧଳସାମନ୍ତ ବିଚାରଧୀନ ବନ୍ଦୀ ଭାବେ ଜେଲରେ ରହିଥିବା ବେଳେ ତା’ର ସ୍ଵାସ୍ଥ୍ୟବସ୍ଥା ରେ ଅବନତି ଦେଖା ଦେଇଥିଲା.

ସେ ବାମ ଆଖିରେ ଠିକରେ ଦେଖି ପାରୁ ନଥିବା ବେଳେ ପ୍ରଥମେ ବଲାଙ୍ଗୀର ଜେଲରେ ସୁଶାନ୍ତ ର ଚିକିତ୍ସା କରାଯାଇଥିଲା ପରବର୍ତି ସମୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ତାକୁ ରେଫର୍ କରାଯାଇଥିଲା ସେଠାରେ ତା’ର ବାମ ଆଖି ରେଟିନା ସଂକ୍ରମଣ ହୋଇଥିବା ଜଣା ପଡିଥିଲା ଏହାପରେ ତାକୁ ବୁଲା ଭୀମସାରକୁ ରେଫର୍ କରାଯାଇଥିଲା ଏବଂ ସେଠାରୁ ଭୁବନେଶ୍ବର ଏଲଭି ପ୍ରସାଦ ହସ୍ପିଟାଲରେ ଚିକିତ୍ସା ପାଇଁ ସୁଶାନ୍ତକୁ ରେଫର୍ କରାଯାଇଥିଲା ଏ ନେଇ ଅଦାଲତ ମଧ୍ୟ ବଲାଙ୍ଗୀର ଜେଲ କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେଇଥିଲେ କିନ୍ତୁ ଉପଯୁକ୍ତ ଚିକିତ୍ସା ନ ହେବାରୁ ସୁଶାନ୍ତର ସ୍ଵାସ୍ଥ୍ୟବସ୍ଥା ରେ ଅବନତି ଦେଖା ଦେଇଥିଲା

ଜିଲ୍ଲା ପ୍ରଶାସନ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ନ କରିବାରୁ ସୁଶାନ୍ତ ର ଚିକିତ୍ସା ହୋଇ ପାରି ନଥିଲା ନିକଟରେ ସୁଶାନ୍ତ ଛାତିରେ ଯନ୍ତ୍ରଣା ହେବାରୁ ସୁଶାନ୍ତକୁ ଭୀମ ଭୋଇ ମେଡିକାଲ କଲେଜକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ ଭୀମସାରକୁ ରେଫର୍ କରାଯାଇଥିଲା ଏହାପରେ ସୁଶାନ୍ତ ର ସ୍ଵାସ୍ଥ୍ୟବସ୍ଥା ଅଧିକ ଗୁରୁତ୍ବ ର ହେବାରୁ ତାକୁ କଟକ ଏସସିବିକୁ ରେଫର୍ କରାଯାଇଥିଲା .

ସୁଶାନ୍ତକୁ ଭେଟିବାକୁ ତାଙ୍କୁ ଆଇନଜୀବୀଙ୍କୁ ଅଥବା ସଂପର୍କୀୟ ଙ୍କୁ ଅନୁମତି ଦିଆଯାଉ ନାହିଁ ସୁଶାନ୍ତ କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି ନା ନାହିଁ ତାହା ଜଣା ପଡୁନାହିଁ ଏସସିବିରେ ଅସ୍ତ୍ରୋପଚାର ସହ ଅନ୍ୟ ଚିକିତ୍ସା ପାଇଁ ରୋଗୀଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡୁଛି , ଏଭଳି ସ୍ଥିତିରେ ଉପଯୁକ୍ତ ଚିକିତ୍ସା ସୁଶାନ୍ତ ର କରାଯାଇଛି କି ନାହିଁ ସେ ନେଇ ସ୍ଥିତି ଅସ୍ପଷ୍ଟ ଜାଣିଶୁଣି ସୁଶାନ୍ତକୁ ଉପଯୁକ୍ତ ଚିକିତ୍ସା ନ ଦେଇ ମୁତ୍ୟମୁଖକୁ ଠେଲି ଦିଆଯିବାର ଆଶଙ୍କା କରାଯାଉଛି ଲୋକଙ୍କ ମାନଙ୍କ ର କହିବା କଥା ହେଲା ଜଦି ସିଏ ଦୋଷୀ ଆଇନ୍ ଅନୁଯାୟୀ ତାକୁ ଦଣ୍ଡ ମିଳୁ ହେଲେ ଏଭଳି ଚିକିତ୍ସା ରେ ଅବହେଳା ନ କରାଯାଉ ତାଙ୍କ ଚିକିତ୍ସା କେମିତି ଚାଲୁଛି .

ତାଙ୍କୁ ତାଙ୍କର ପରିବାର ଲୋକ ମାନଙ୍କ ସହିତ ଦେଖା କରାଗଲେ ତାଙ୍କର ମନ ବଳ ବଢ଼ିବ ଡକ୍ଟର ଟିମ୍ ସବୁ ସମୟରେ ମିଡ଼ିଆ ରେ ଯଣାନ୍ତୁ ତାଙ୍କର ସ୍ଵାସ୍ଥ୍ୟବସ୍ଥା କେମିତି ଅଛି ତାଙ୍କୁ ଆଇନଜୀବୀଙ୍କୁ ମାନଙ୍କ ସହିତ ସାକ୍ଷାତ କରାଯାଉ ଏବଂ ୮୫ ବୟସରେ ଗୋଟିଏ ବୁଢା ବାପା ଆଖି ର ଲୁହ ସହିତ ନ ଖେଳି ତାଙ୍କ ପୁଅର ଭଲ ଭାବରେ ଚିକିତ୍ସା ପାଇଁ ସେ ନିଜ ଖର୍ଚ୍ଚରେ ସୁଶାନ୍ତ ର ତୁରନ୍ତ ଚିକିତ୍ସା ସୁପରସ୍ପେଶାଲିଟି ହସ୍ପିଟାଲରେ କରିବାକୁ ପ୍ରସ୍ତୁତ ଥିବାରୁ ଏଥିପାଇଁ ଅନୁମତି ଦିଆଯାଉ ବୋଲି ସରୋଜ ଧଳସାମନ୍ତ ଆବେଦନ ରେ ଉଲ୍ଲେଖ କରିଛନ୍ତି.

ଏପରିକି ଭୁବନେଶ୍ୱର ର ଆପୋଲୋ ହସ୍ପିଟାଲ କଳିଙ୍ଗ ହସ୍ପିଟାଲର ଏମିତି ଅନେକ ହସ୍ପିଟାଲରେ ଚିକିତ୍ସା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରାଯାଇଛି ଏହି ମାମଲାରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ବଲାଙ୍ଗୀର ଜେଲ ଅଧିକ୍ଷକ, ଏସପି, କଟକ ଡିସିପି,ଏସସିବି ଅଧୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି ସୁଶାନ୍ତ ର ଚିକିତ୍ସା ପାଇଁ ଏସସିବି ମେଡିକାଲ ପକ୍ଷରୁ ହୃଦରୋଗ,ନେଫେଲୋଜି ଓ ଏଣ୍ଡୋକ୍ରାଇନୋଲୋଜି, ବିଭାଗ ଡାକ୍ତର ଙ୍କୁ ନେଇ ୬ ଜଣିଆ ଟିମ ଗଠନ କରାଯାଇଛି ଏହି ଟିମ୍ ରେ ହୃଦରୋଗ ବିଭାଗରୁ ୪ ଜଣ ଓ ଅନ୍ୟ ବିଭାଗରୁ ଜଣେ ଲେଖାଏ ଡାକ୍ତର ରହିଥିବା ଏସସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି.

Exit mobile version