ନୟାଗଡ ମଡେଲ ଡିଗ୍ରୀ କଲେଜର ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୩ ଉଦଯାପିତ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :-> ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ ୨୦୨୩ ସ୍ଥାନୀୟ ମଡେ଼ଲ ଡିଗ୍ରୀ କଲେଜ, ନୟାଗଡ଼ ଠାରେ ମହାସମାରୋହରେ ଉଦ୍ଜାପିତ ହୋଇଅଛି। ଉକ୍ତ ଉତ୍ସବରେ ନୟାଗଡ଼ର ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ଖବର କାଗଜ ଓ ପାଠ୍ୟପୁସ୍ତକ ପଠନ ଆବଶ୍ୟକତା ଭବିଷ୍ୟତ ଗଠନ ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ତର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ରଣସିଂହ, ପଞ୍ଚାୟତ ସମିତି ସଭ୍ୟା ସନ୍ଧ୍ୟାରାଣୀ ବେହେରା, ଲାଠିପଡ଼ା ସରପଞ୍ଚ ସରସ୍ଵତୀ ପଗଡ଼, ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିବା ବେଳେ ଏହାକୁ ଡକ୍ଟର ଜୟରାମ ସିଂହ ସାମଲ,

ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଜ୍ୟୋସ୍ନାରାଣୀ କର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗୌରମୋହନ ସାହୁ, ଶ୍ରୀ ସୁନୀଲ କୁମାର ମଲ୍ଲିକ, ଡକ୍ଟର ପ୍ରକାଶ କୁମାର ସାହୁ, ଦୀପିକା ରାଣୀ ତୁରୁକ, ପ୍ରଜ୍ଞାନ୍ସ କୁମାର ସାହୁ, ଉରୁକ୍ରମ ପଣ୍ଡା, ଆକାଶ ପ୍ରଧାନ, ଡକ୍ଟର ସୀତାରାମ ସ୍ୱାଇଁ ଓ ଶ୍ରୀ ଜଗବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version