୨୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨-୨୩ ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ୩ୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା କ୍ଷିତିପ୍ରଭା ଦଳବେହେରା ଓ ଅନୁଷ୍କା ବିଶ୍ବାଳ ମେଧାବୃତ୍ତି ପାଇ ଥିଲାବେଳେ ଅରଜିତ୍ ମହାପାତ୍ର ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ଶ୍ରଦ୍ଧା ସୁମନ,କେ ଦେବସ୍ମିତା ଓ ଗୌରବ ମହାରଣା ମେଧାବୃତ୍ତି ହାସଲ କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଷ୍ଟେଟ ବ୍ଯାଙ୍କ ମୁଖ୍ଯ ଶାଖାର ମ୍ଯାନେଜର ହୃଷିକେଶ ତ୍ରିପାଠୀ ଯୋଗଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିଥିଲେ।
