ସରମୁହାଣ ଏସବିଆଇ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଘଟଣା ର ଅଭିଯୁକ୍ତ ମାନଙ୍କୁ ୨ ଦିନ ପାଇଁ ରିମାଣ୍ଡ ରେ ନେଲା ପାଟଣାଗଡ଼ ପୋଲିସ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :-> ପାଟଣାଗଡ଼ ସରମୁହାଁଣ ଗାଁରେ ଥିବା ଏସବିଆଇ ଏଟିଏମ୍ ରୁ ଲୁଟ ହୋଇଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ ରିମାଣ୍ଡ ରେ ନେଇଛି । ୫ ଦିନ ପାଇଁ ପୋଲିସ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ୨ ଦିନର ରିମାଣ୍ଡ ଦେଇଛନ୍ତି | ୨୪ତାରିଖ ଅପରାହ୍ନ ୪ ଟାରେ ଅଭିଯୁକ୍ତ ମାନଙ୍କ ରିମାଣ୍ଡ ଅବଧି ସରିବ | ଗତ କାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା |

ଚୋର ମାନେ ଅନ୍ତରାଜ୍ୟ ଗେଙ୍ଗ ହୋଇଥିବା ରୁ ଆହୁରି କିଛି ସୁରାକ ଖୋଜିବାକୁ ପୋଲିସ ରିମାଣ୍ଡ ରେ ନେଇଥିବା ସୂଚନା ମିଳୁଛି | ଗତ ୧୭ ତାରିଖ ଦିନ 6ଜଣ ଅଭିଯୁକ୍ତ ପାଟଣାଗଡ଼ ସରମୁହାଣ ଗାଁରେ ଥିବା ଏସବିଆଇ ଏଟିଏମ କୁ ଗ୍ୟାସ କଟରେ କାଟି ୭ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ମାରିଥିଲେ | ସେକ୍ସନ ଜଜ ୬ ଅଭିଯୁକ୍ତ ଙ୍କୁ ୨ ଦିନ ପାଇଁ ରିମାଣ୍ଡରେ ନେଇ ଥିବା ସରକାରୀ ଓକିଲ ପ୍ରକାଶ ଭୋଇ ସୂଚନା ଦେଇଛନ୍ତି ।

Exit mobile version