୧୪୬ ସାଂସଦ ଙ୍କ ଅନ୍ୟାୟ ନିଲମ୍ବନ ପ୍ରତିବାଦରେ ସିପିଆଇ (ଏମ୍) ବିକ୍ଷୋଭ 

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର  :-> ସଂସଦ କୁ ବିରୋଧୀ ଦଳ ଶୂନ୍ୟ କରି ଏକଛାତ୍ରାବାଦୀ – ସାମ୍ପ୍ରଦୟିକ କୁଚକ୍ରରେ କର୍ପୋରେଟ ଲୁଣ୍ଠନ କୁ କାର୍ଯ୍ୟକାରୀ କରିବା ଲକ୍ଷରେ କେନ୍ଦ୍ର ମୋଦୀ ସରକାରଙ୍କ ଚକ୍ରାନ୍ତ ର ଆଜି ଦେଶ ବ୍ୟାପି ପ୍ରତିବାଦ ଦିବସରେ ରଣପୁରରେ ସିପିଆଇ( ଏମ୍) ତରଫରୁ ପ୍ରତିବାଦ ଓ ବିକ୍ଷୋଭ ସଙ୍ଗଠିତ ହୋଇଥିଲା. ପଞ୍ଚୁଦୋଳ ପଡିଆ ଓ ତହସିଲ ସମ୍ମୁଖରେ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାର ବକ୍ତା ମାନେ କେନ୍ଦ୍ର ମୋଦୀ ସରକାରଙ୍କ ଗଣତନ୍ତ୍ର ହତ୍ୟା ଓ ଏକଛତ୍ର ବାଦୀ ନିଷ୍ପତିକୁ ତୀବ୍ର ନିନ୍ଦା କରିଥିଲେ ।ନୂତନ ସଂସଦରେ ଦୁଇ ଜଣ ଯୁବକଙ୍କ ପ୍ରବେଶ ଓ ରଙ୍ଗ ବମ ବିସ୍ପୋରଣ ଉପରେ ଗୃହ ମନ୍ତ୍ରୀଙ୍କ ଉତ୍ତର ବିରୋଧି ଦଳର ସାଂସଦ ମାନେ ଚାହିଁବା ରୁ ଉଭୟ ସଦନର ଅଧ୍ୟକ୍ଷଙ୍କୁ ହାତ ବାରିସୀ କରି ୧୪୬ ଜଣ ସାଂସଦଙ୍କୁ ଗଣ ନିଲମ୍ବନ କରିଛନ୍ତି।ଯାହା କି ବିଶାଳ ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ ।ଏହାର ପ୍ରତିବାଦ କରି ମାନନିୟା ରାଷ୍ଟ୍ରପତିଙ୍କ ନିକଟକୁ ସ୍ଥାନୀୟ ତାହାସିଲିଦାରଙ୍କ ଜରିୟାରେ ଏକ ଦାବୀପତ୍ର ଜରିୟାରେ ତୁରନ୍ତ ଗଣ ନିଲମ୍ବନ ପ୍ରତ୍ୟାହାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାବୀ କରାଯାଇଛି । ଏହି ପ୍ରତିବାଦ ବିକ୍ଷୋଭରେ ସାଥି ନିତ୍ୟାନନ୍ଦ ପରିଡା ,ସୁରେଶ ସ୍ବାଇଁ,ଗଦାଧର ପ୍ରଧାନ,ସୁଶୀଲ ମହାନ୍ତି,ଲଷ୍ମୀଧର ଲେଙ୍କା,କୁଳମଣି ପଲେଇ ଓ ସଂଯୁକ୍ତା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ .ଖବରଟିର ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ ।

Exit mobile version