ନୂଆଗଡ଼ ଗ୍ରାମରେ ୨୪ ତମ ଶନିଶ୍ଚର ମହାଯଞ ଆରମ୍ଭ

ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମରେ ପବିତ୍ର ଓଢ଼ଣୀ ଷଷ୍ଠୀ ଠାରୁ ୨୪ ତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଞ ଆରମ୍ଭ ହୋଇଛି । ଏହା ଶନିବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଉଦଯାପିତ ହେବ । ଏହି ମହାଯଞରେ ନୂଆଗଡ଼ ଗ୍ରାମ ସମସ୍ତ ଜନସାଧାରଣ ଯୋଗ ଦେବା ସହିତ ବିଭିନ୍ନ ଗ୍ରାମର ମୁରବୀ ,

ଜନସାଧାରଣ ଯୋଗ ଦେବା ପାଇଁ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ମହାଯଞର କର୍ତ୍ତା ବିକ୍ରମ କେଶରୀ ଶତପଥୀ (ବାମା ନନା) ସମସ୍ତଙ୍କୁ ଗଣମାଧ୍ୟମ ଜରିଆରେ ନିମନ୍ତ୍ରଣ କରିଛନ୍ତି । ସନ୍ଧ୍ୟାରେ ସଂକୀର୍ତ୍ତନ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ, ଉପ ସଭାପତି ଗଣେଶ ଚନ୍ଦ୍ର ବରାଳ, ବ୍ରିଜେଶ ଶତପଥୀ, ବିଘ୍ନେଶ୍ୱର ବରାଳ, ଯୋଗେନ୍ଦ୍ର ପ୍ରଧାନ, କାର୍ତ୍ତିକ ସାହୁ,ଚନ୍ଦନ ଭଟ୍ଟଙ୍କ ସମେତ ଗ୍ରାମବାସୀ ଓ ଯୁବକ ମାନେ ସହଯୋଗ କରୁଛନ୍ତି ।

Exit mobile version