୨୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଳକ ରାଣିଓଳା ପଞ୍ଚାୟତ ବରିଣଷ ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥର ବିଜେଡି ଗଡରେ ପଦ୍ମ ଫୁଟିବ ବୋଲି କୁହା ଯାଇଛି । ଏହି ମିଶ୍ରଣ ପର୍ବରେ ରାଜ୍ଯ ବିଜେପି ସଭାପତି ମନ ମୋହନ ସାମଲ ଯୋଗଦେଇ ବିଜେଡି ସରକାରଙ୍କୁ ବିଭିନ୍ନ ଯୋଜନାର ଛନ୍ଦିବା ସହିତ ଚିଟଫଣ୍ଡ ଠକେଇ କଥା କହିଥିଲେ,
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳ ଯୋଜନା, ମାଗଣା ଚାଉଳ ଯୋଜନା, ଚାଷୀ ସମସ୍ୟା , ଜଳ ସେଚନ ସମସ୍ୟା, ଧାନ ମଣ୍ଡି ସମସ୍ୟା ଏମିତି ଅନେକ ସମସ୍ୟା ଛନ୍ଦି ହୋଇଛି ଓଡିଶା । ବିଜେଡି ହଟିବ ବିଜେପି ଆସିବ ଓଡିଶା ବିକଶିତ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟବଂଶୀ ସୂରଜ ଧାମନଗର ବିଧାୟକ, ପୂର୍ବତନ ସାଂସଦ ତଥା ବିଜେପି ନେତା ବିଭୁପ୍ରସାଦ ତରାଇ, ରାଜ୍ୟ ମଖ୍ଯପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା,

