ଧୂମାଭଟା ରେ ରଣା ସମାଜ ପକ୍ଷରୁ କୁରାଳ ପଞ୍ଚମି କୁରାଲ ପୂଜା ଆନନ୍ଦ ଉତ୍ସାହ ଉଦ୍ଦୀପନା ସହ ପାଳିତ : ପୂଜା ରେ ସାମିଲ୍ ହେଲେ ବିଧାୟକ ସରୋଜ

ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ଗ୍ରାମ ର ରଣା ସମାଜ ପକ୍ଷରୁ କୁରାଳ ପଞ୍ଚମି ଆନନ୍ଦ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ପ୍ରାରମ୍ଭ ରେ ରଣା ସମାଜ ର ଶତାଧିକ ମହିଲା ପୁରୁଷ ଘଣ୍ଟ ତାଳ ମୃଦଙ୍ଗ ଧରି ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ନଦୀ ରୁ ୧୫୧ ପୂର୍ଣ୍ଣ କଳଶ ଆଣି ପୂଜାମଣ୍ଡପ ରେ ସ୍ଥାପନ ସହ ପୂର୍ଜାର୍ଚ୍ଚନା କରାଯାଇଥିଲା । ରଣା ସମାଜ ର ଇଷ୍ଟ ଦେବାଦେବୀ ବିଷ୍ଣୁନାଥ ,ରୁଦ୍ରପାଳ ଓ ରତ୍ନେଶ୍ଵରୀ ଆଦି ପ୍ରଭୁ ଙ୍କୁ ଆବାହନ ପୂର୍ବକ ନୀତି କାନ୍ତି ଭାବରେ ୪ ଦିନ ଧରି ନିଷ୍ଠାର ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇଥିଲା ।

ଏଥିରେ ଯଜ୍ଞାକର୍ତ୍ତା ସେବକ ରଣା ଓ ତାଙ୍କ ଧର୍ମପତ୍ନୀ ସରୋଜିନୀ ରଣା ଦାୟୀତ୍ବ ନିର୍ବାହ କରିଥିବା ବେଳେ ପୂଜକ ପଣ୍ଡିତ ବଲ୍ଲଭ ଦାସ ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି ଅବସର ରେ ସୋନପୁର ଜିଲ୍ଲା ବିନିକା ର ସୁନାମ ଧନ୍ୟ ପାରାୟଣ ଗାୟିକା ମଞ୍ଜୁଲତା ତ୍ରିପାଠୀ ବ୍ୟାସଭାବେ ଯୋଗଦେଇ କୁରାଲ ପୁରାଣ ଗାୟନ କରିଥିଲେ ।ତାଙ୍କ ସୁମଧୁର କଣ୍ଠସ୍ବର ରେ ସମସ୍ତଙ୍କୁ ମନମୁଗ୍ଧ କରିପାରିଥିଲେ । ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ବିଷ୍ଣୁନାଥ ,ରୁଦ୍ରପାଳ , ରତ୍ନେଶ୍ଵରୀ ଙ୍କୁ ଦର୍ଶନ କରିବା ସହ ରଣା ସମାଜ ର କର୍ମକର୍ତ୍ତା ମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

ରଣା ସମାଜ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥଲେ । ମିନାବଜାର ସମେତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା । ରଣା ସମାଜ ସଭାପତି ତଥା ପୂର୍ବତନ ସରପଞ୍ଚ ଜୟକିସାନ ରଣା ,କବିରାଜ ରଣା ,ଟୁନି ରଣା ,ମନ ରଣା ,ପିତାମ୍ବର ରଣା ,ନୀଳ ରଣା ,ଆଶୁତୋଷ ରଣା ,ବାମନ ରଣା ,ଅମ୍ଲାନ ରଣା ,ସୁବାଷ ରଣା ,ଟିକେଶ୍ୟାମ ରଣା ,ମୁନୁରଣା ,କଲାକାହ୍ନୁରଣା,କେଶବ ରଣା ,ଦିପକ ରଣା ପ୍ରମୁଖ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଶୀତ ର ଲହରି କୁ ଖାତିରି ନ କରି ପ୍ରତ୍ୟେକ ଦିନ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା । ସମସ୍ତ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

Exit mobile version