ସଂସଦ ରୁ ବିରୋଧୀ ସାଂସଦ ମାନଙ୍କ ଗଣ ନିଲମ୍ବନ ବିରୋଧ ରେ ଇଣ୍ଡିଆ ମେଣ୍ଟ ଭୁକ୍ତ ଦଳ ମାନଙ୍କର ୨୨ ଡିସେମ୍ବର ରେ ଦେଶଵ୍ୟାପୀ ପ୍ରତିବାଦ କୁ ଓଡିଶା ରେ ସଫଳ କରିବା ପାଇଁ ଆହ୍ୱାନ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ସଂସଦ ରୁ ବିରୋଧୀ ଦଳମାନଙ୍କର 143 ଜଣ ସାଂସଦଙ୍କୁ ନିଳମ୍ଵନ ଵିରୋଧରେ ଡିସେମ୍ବର 22ତାରିଖ ରେ ଆହୁତ ଦେଶଵ୍ୟାପୀ ପ୍ରତିବାଦ ଦିବସ କୁ ଓଡିଶା ରେ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶା ର ବିରୋଧୀ ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି l ଆଜି ଭୁବନେଶ୍ୱରସ୍ଥିତ ସି ପି ଆଇ(ଏମ) ରାଜ୍ୟ ଅଫିସ ରେ ବିରୋଧୀ ଦଳ ମାନଙ୍କର ବୈଠକ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି l
