ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :->  ଆଇଆଇଟି ଭୁବନେଶ୍ୱର ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ମହା ସମାରୋହରେ ପାଳିତ ହୋଇଯାଇଛି । ୨୦୨୨ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପରିସରରେ ପରିଚାଳିତ ହେଉଛି ଏବଂ ଅନୁଷ୍ଠାନର ସଦସ୍ୟ ତଥା ନିକଟବର୍ତ୍ତୀ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି ।

ଆଇଆଇଟି ଭୁବନେଶ୍ୱରର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୂଚନା,ପ୍ରଯୁକ୍ତି ବିଦ୍ୟା ଯୁଗରେ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତା, ନବସୃଜନ ଏବଂ ସମାଲୋଚନା ମୂଳକ ଚିନ୍ତାଧାରାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବାକୁ ଏବଂ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବା ନିମନ୍ତେ ଛାତ୍ର,ଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ।

ଆଇଆଇଟି ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଡକ୍ଟର ଶ୍ରୀନିବାସ ଭାସ୍କର କରଙ୍କି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ଚକ୍ରଧର ପୃଷ୍ଟି, ପ୍ରଧାନ ଶିକ୍ଷକ, ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ  ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ର,ଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଡକ୍ଟର ଗୌତମ ମଣ୍ଡଳ, ଡକ୍ଟର ମନସ୍ୱିନୀ ବେହେରା,

ଡକ୍ଟର କିରଣ ମୟୀ ଲାଂଡୁ, ଡକ୍ଟର ରୁଷି ମିଶ୍ର, ଡକ୍ଟର ସପନା ଖାନ, ରୂପେଶ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, କେନ୍ଦ୍ରୀୟ ବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱରର ରାଜେନ୍ଦ୍ର ପ୍ରସାଦ, ମାନସ କୁମାର ଘଡାଇ, ପଲ୍ଲୀ ମିଶ୍ର, ସୁଶ୍ରୀ ଅନନ୍ୟା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version