କୁରାଳ ସମାଜ ତରଫରୁ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ

ବଡ଼ପୂଜାରେ ୫୦୦ ଭକ୍ତ ସାମୁହିକ ପ୍ରସାଦ ସେବନ କଲେ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ  :-> ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ୱର୍ ୱାର୍ଡ ଗଣେଶ ବଜାର ସ୍ଥିତ ମାଟି କାରିଗର ସାହି ରେ ମାର୍ଗଶିର ଶୁକ୍ଳ ପଞ୍ଚମୀ ଦିନ ଠାରୁ କୁରlଳ ସମାଜ ତରଫରୁ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ ହେଉଅଛି । ସମସ୍ତ ସାଜ ସରଞ୍ଜାମ ପୂଜାରେ ବସାଇ କୁରlଳ ସମ୍ପ୍ରଦାୟ ବ୍ୟକ୍ତି ନିଷ୍ଠା ର ସହିତ ପୂଜା କରୁଛନ୍ତି । ବୁଧବାର ବଡ଼ ପୂଜାରେ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନେ ସାମୁହିକ ପ୍ରସାଦ ସେବନ କରିଥିଲେ ।

ସଭାପତି ଦଇତାରୀ ସାହୁ ଙ୍କ ନେତୃତ୍ୱରେ ଉପ ସଭାପତି ଅନାମ ସାହୁ, ସମ୍ପାଦକ ଚନ୍ଦ୍ରମଣି ରଣା,ରସାନନ୍ଦ ସାହୁ,ସହ ସମ୍ପାଦକ କମଳ ରଣା, ଟିକୁନା ସାହୁ ,କୋଷାଧ୍ୟକ୍ଷ ଟୁନା ସାହୁ ଙ୍କ ସମେତ ପ୍ରାଣବନ୍ଧୁ ସାହୁ,ପୂର୍ଣ୍ଣ ଚନ୍ଦ୍ର ସାହୁ,କୈଳାସ ଚନ୍ଦ୍ର ସାହୁ,ସୁରେଶ ସାହୁ,ନରେଶ ସାହୁ,ବ୍ରଜ ସାହୁ,ମାଧବ ସାହୁ,ବାବୁଲି ସାହୁ,ଚିନ୍ତାମଣି ସାହୁ,ବେଣୁଧର ସାହୁ,ମୁରଲୀ ସାହୁ,ବିଶ୍ଵନାଥ ସାହୁ , ଶୁଭ ରଣା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ଆସନ୍ତା ଶୁକ୍ରବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ।

Exit mobile version