୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :-> କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦିବ୍ୟ ନନ୍ଦିଘୋଷ ରଥ ଚକ ଭୁବନ ବୁଦ୍ଧେଶ୍ଵର ମନ୍ଦିର ରେ ସ୍ଥାପନ କରାଯାଇଛି । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀକ୍ଷେତ୍ର ପୁରୀ ରୁ ନନ୍ଦିଘୋଷ ରଥ ଚକ ଆସି ଭୁବନ ର ପ୍ରବେଶ ପଥ କlଲୁଣି ଛକ ରେ ପହଞ୍ଚିବା ପରେ ନଗରପାଳ ତଥା ଶ୍ରୀ ଜଗନ୍ନାଥ ଚ୍ୟାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ, ସଙ୍କୀର୍ତ୍ତନ ମଣ୍ଡଳୀ,ମାତୃ ମଣ୍ଡଳୀ ଓ ସହସ୍ରାଧିକ ଜଗନ୍ନାଥ ପ୍ରେମୀ ଭକ୍ତ ଜୟ ଜଗନ୍ନାଥ ଧ୍ଵନି ଦେଇ ବିପୁଳ ସ୍ଵାଗତ କରିଥିଲେ ।
