ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ମୁକ୍ତ ଓ ବାଲ୍ୟବିବାହ ବିରୋଧ ସଚେତନତା

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା  :-> ନାଚୁଣୀ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୂଆ-ଓ ଯୋଜନା ଅନ୍ତର୍ଗତ ଯୁବ ବିକାଶ କାର୍ଯ୍ୟକ୍ରମ ର ସାମାଜିକ ଵିଭାବରେ ପ୍ଲାଷ୍ଟିକ ମୁକ୍ତ ଏବଂ ବାଲ୍ୟବିବାହ ବିରୋଧ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜୀବନଦେଈପୁର ଓ କୁଲେଇ ଗ୍ରାମରେ କରାଯାଇଛି ।

ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ପରେ ଛାତ୍ର ଛାତ୍ରୀ ମାନେ ଏ ସମ୍ପର୍କିତ ଶ୍ଲୋଗାନ୍ ଦେଇ ଏବଂ ପ୍ଲାକାର୍ଡ ଧରି ଉଭୟ ଗ୍ରାମ ପରିକ୍ରମା କରି ଜନ ସଚେତନତା ସ୍ରୃଷ୍ଟି କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ନୋଡାଲ୍ ଅଫିସର ଗୋଲକ ବିହାରୀ ବାରିକ, ଯୁକ୍ତ ଦୁଇ ର ସନ୍ ଯୋଜକ ପ୍ରଦୀପ କୁମାର ମିଶ୍ର, ଯୁକ୍ତ ତିନି ର ସନ୍ ଯୋଜକ ଜଗନ୍ନାଥ ଆଚାର୍ଯ୍ୟ,ରେଡ୍ କ୍ରସ୍ ର ସନ୍ ଯୋଜକ ବିଜୟ କୁମାର ଶତପଥୀ, ରାଜନୀତି ବିଜ୍ଞାନ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି ସଫଳ କରିଥିଲେ ।

Exit mobile version