ରଘୁନାଥ ଜୀଉ କଲେଜ ରେ ରକ୍ତଦାନ ଶିବିର ଅନୁଷ୍ଠିତ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଣିଆ :-> ଗଣିଆ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥଜୀଉ +୩ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବୁଧବାର ୧୦ ଘଣ୍ଟିକା ସମୟରେ ଓଡ଼ିଶା ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୂଖ୍ୟ ଅତିଥି ରୁପେ ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ନରେଶ ବେହେରା,

କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ପ୍ରତିନିଧି ଶେଷଦେବ ସ୍ବାଇଁ ଯୋଗଦାନ କରି ରକ୍ତଦାନ ଶିବିରକୁ ସଫଳ ରୂପାୟନ କରିଥିଲେ। ମାନ୍ୟବର ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ସମୟେ ଓଡ଼ିଶା ର ପ୍ରତ୍ୟେକ ମଣିଷର ଜୀବନ ମୂଲ୍ୟବାନ ଆଖ୍ୟାନେଇ ସାରା ଓଡ଼ିଶାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିର ରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର,

ଆଡକଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ସୁନିଲ କୁମାର ଦଳେଇ, ସବଦାର ମଲ୍ଲିକ ଉପସ୍ଥିତ ରହି ୮୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏଥିରେ ଅନେକ ସ୍ବେଛାସେବୀ ବିଜୁ ଜନତା ଦଳର କର୍ମୀ ଓ ରଘୁନାଥଜୀୟୂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଲଷ୍କୀକାନ୍ତ ପଣ୍ଡା, ନୋଡାଲ ଅଫିସର ତଥା ଅଧ୍ୟାପକ ଶ୍ରୀକାନ୍ତ ଷଡ଼ଙ୍ଗୀ, ଭଗବାନ ପୃଷ୍ଟି, ରାକେଶ କୁମାର ବରାଳ, କ୍ଷିରୋଦ ଚନ୍ଦ୍ର ମହାପାତ୍ର ଓ ଅଧ୍ୟାପିକା ସର୍ମିଳା ଦାଶ ସହଯୋଗ କରିଥିଲେ।

Exit mobile version