ବରଗଡ଼ ଯୁବକ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ

ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ସଦର ମହକୁମା ବରଗଡ଼ ବ୍ଳକ ଅନ୍ତର୍ଗତ ତୋରା ପଞ୍ଚାୟତ ସାହୁ ଟିକ୍ରା ର ଯୁବକ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ବରଗଡ଼ ଭେଡେନ କେନାଲ କଡ଼ରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଗତବର୍ଷ ଏହି ଅଞ୍ଚଳ ରେ ପରିବେଶ ସୁରକ୍ଷା ପାଇଁ ଯୁବକ ମାନେ ବୃକ୍ଷ ରୋପଣ କରିଥିଲେ ଏବଂ ଯତ୍ନ ନେଇଥିଲେ। ଯାହାକି ଆଜି ସୁନ୍ଦର ପ୍ରାକୃତିକ ପରିବେଶରେ ପରିଣତ ହୋଇଛି। ଯୁବକ ମାନଙ୍କ ଏହି ପ୍ରକୃତି ପ୍ରେମୀ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପକ୍ଷରୁ ଯୁବକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। (ସତ୍ୟ ନାରାୟଣ ପ୍ରଧାନ, ବରଗଡ଼ )

Exit mobile version