ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ : ୬ ଗିରଫ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା :-> ଗଞ୍ଜେଇ ଚୋରା ଚାଲାଣ ର ନୂଆ ତରିକା।ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ।କୁହୁଡି ନିକଟରେ NH 16 ରେ ଟାଙ୍ଗୀ ପୋଲିସ ର ଗାଡି ମୋଟର ତନଖି ବେଳେ ଧରା ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ।53 କେଜି ଗଞ୍ଜେଇ ସହ ଦୁଇ ମହିଲା ସମେତ4 ପୁରୁଷ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ.. ଗଞ୍ଜେଇ ଚୋରା ଚାଲାଣ କରୁଥବା ଗୋଟିଏ ଦାମୀ କାର ଜବତ ହୋଇଛି ।

ଏହା SH. 3 ହଜାର ଟଙ୍କା ଓ 7 ଟା ମୋବାଇଲ ଫୋନ ଜବତ କରିଛି ଟାଙ୍ଗୀ ପୋଲିସ  l ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ସାହୁ ୨୯ ବର୍ଷ, ନାରାୟଣ ସାହୁ ୩୯ବର୍ଷ,ଅଜୟ ସାହୁ ୨୧ବର୍ଷ, ଶଙ୍କର ପ୍ରଧାନ ୩୧ବର୍ଷ, ଅନିତା ପଣ୍ଡା ୩୩ବର୍ଷ, ପିଙ୍କୁ ପ୍ରଧାନ ୨୧ବର୍ଷ  l

ଗଞ୍ଜାମରୁ ଭୁବନେଶ୍ୱର କୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ।ଏ ନେଇ ଟାଙ୍ଗୀ ଥାନା ପରିସରରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରଙ୍କ ଉପସ୍ଥିତ ରେ ପ୍ରେସ ମିଟରେ ସୂଚନା ଦେଇଛନ୍ତି SDPO ଅନିଲ କୁମାର ମହାନ୍ତି ।

 

Exit mobile version