Home ଅପରାଧ ଜିଲ୍ଲା ବାହାରକୁ ଚାଲାଣ ହେଉଛି ଧାନ : ଦଲାଲ୍ ଙ୍କ କବଜାରେ ଦଶପଲ୍ଲା ଧାନଚାଷୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଦଶପଲ୍ଲା :-> ଦଲାଲ୍ ଙ୍କ କବଜା ରେ ଦଶପଲ୍ଲା ଧାନଚାଷୀ । ଧାନ ଅମଳ ହେଉ ହେଉ, ଦଲାଲ୍ମାନେ ସକ୍ରିୟ ହୋଇ ପଡ଼ିଲେଣି। ଧାନକଟା ଆରମ୍ଭ ସହ , ବିଭିନ୍ନ ସ୍ଥାନରେ କାଁଭାଁ ଅମଳ ଆରମ୍ଭ ହେଲାଣି। ହେଲେ ଏବେଠାରୁ ଦଲାଲମାନେ ଚାଷୀଙ୍କୁ ଅଗ୍ରୀମ ଟଂକା ଦେବା ସହିତ, ଦୁଆରେ ଡେରା ପକାଇବା ଆରମ୍ଭ କରିଦେଲେଣି। ଗତବର୍ଷ ମଣ୍ଡିରେ ନାନା ଅବ୍ୟବସ୍ଥା ସାଙ୍ଗକୁ ମିଲର୍ଙ୍କ ପ୍ରତିବାଦ ପାଇଁ ମଣ୍ଡି ବିଳମ୍ବରେ ଖୋଲିବା ନେଇ ଚାଷୀଙ୍କୁ ନା ନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ହାତରେ ଟୋକନ୍ ଧରି ଚାଷୀ ଧାନ ଦେବାରୁ ବଞ୍ଚିତ ହେଉଛନ୍ତି। କିଛି ପାକ୍ସ ସମ୍ପାଦକଙ୍କ ସମେତ ମିଲର ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ନାନା ସମସ୍ୟା ଭୋଗୁଛନ୍ତି । ଫଳରେ ଚାଷୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ହେଉଛି। ଏସବୁକୁ ନେଇ ଚାଷୀ ମଣ୍ଡିରେ ଧାନ ଦେବାକୁ ଆଉ ଇଚ୍ଛା ପ୍ରକାଶ କରୁନଥିବା ବେଳେ , ଏହାର ସୁଯୋଗ ନେଇ ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି ଦଲାଲ୍। ଏହିଭଳି ସମସ୍ୟା ଯୋଗୁଁ , ଧୀରେ ଧୀରେ ସରକାରୀ ବ୍ୟବସ୍ଥା ପ୍ରତି ଚାଷୀଙ୍କ ଆଗ୍ରହ ପ୍ରକାଶ ପାଉନଥିବା ଦେଖିବାକୁ ମିଳିଛି। ବଡ଼କଥା ହେଉଛି ସରକାରଙ୍କ ନୂଆନୀତି ଚାଷୀଙ୍କୁ ଅଧିକ ଅଡ଼ୁଆ ମଧ୍ୟକୁ ଟାଣି ଆଣୁଛି । ଫଳରେ ଦୂରଦୂରାନ୍ତକୁ ଯାଇ ଚାଷୀ ଦିନଦିନ ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଏବେ ଧାନ ଅମଳ ସମୟ ଆରମ୍ଭ ହୋଇ ଯାଇଥିବାରୁ ଦଲାଲଙ୍କ ସମେତ କିଛି ପାକ୍ସ ସମ୍ପାଦକ ଏବଂ ମିଲର୍ ଦଲାଲ୍ ସାଜି ଚାଷୀଙ୍କଠାରୁ ସତମିଛ କହି ଧାନ ଠୁଳ କରିବାରେ ଲାଗି ପଡ଼ିଛନ୍ତି । ସଞ୍ଜ ନଇଁବା ପରେ ଦଶପଲ୍ଲା ଅଞ୍ଚଳରୁ ଟ୍ରିପ୍ ଟ୍ରିପ୍ ଧାନ ଜିଲ୍ଲା ବାହାରକୁ ଚାଲାଣ ହେବା ଆରମ୍ଭ ହୋଇଗଲାଣି। ରାଜପଥ ଉପରେ ବେଧଡ଼କ ଭାବେ ଧାନ ଚାଲାଣ ହେଉଥିଲେ ମଧ୍ୟ ଯୋଗାଣ ବିଭାଗ ହାତବାନ୍ଧି ବସିଛି । ସରକାର ଧାନ କ୍ରିଷ୍ଟାଲ ପ୍ରତି ୨ ହଜାର ୮୬ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଦଲାଲ୍ ମାନେ ଏବେ ୧୫ ଶହରୁ ୧୭ ଶହ ଟଙ୍କା ମୂଲ୍ୟରେ କ୍ରୟ କରୁଥିବା କିଛି ଚାଷୀ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଏବଂ ଯୋଗାଣ ବିଭାଗ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ହୋଇପଡ଼ିଛି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026