ଜନସାଧାରଣଙ୍କ ସ୍ବପ୍ନ କୁ ବାସ୍ତବରେ ପରିଣତ କରିଛନ୍ତି ବିଧାୟକ ; ବିକାଶର ଅନ୍ୟନାମ ଦଶପଲ୍ଲା ବିଧାୟକ

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ  :- ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଦିନକୁ ଦିନ ବିକାଶ ପଥରେ ଆଗେଇ ଚାଲିଛି ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଅନୁରୂପ ଭାବେ ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଠାରେ ୧୧ କୋଟି ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ମହିପୁର ଠାରୁ ଲିଙ୍ଗିରିବାରି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଏଥିରେ ହଜାର ହଜାର ସଂଖ୍ୟକ ବିଜେଡ଼ିର ଛାମୁଆ କର୍ମୀ ଉପସ୍ଥିତ ଥିଲେ । ସେଠାରୁ ବିଧାୟକ ଶ୍ରୀ ବେହେରା ନିଜ ସମର୍ଥକଙ୍କୁ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମା ରାମଚଣ୍ଡୀ ଠାକୁରାଣୀଙ୍କୁ ଦର୍ଶନ କରିବା ସହ ମହିପୁର ମା ରାମଚଣ୍ଡୀ କଲ୍ୟାଣ ମଣ୍ଡପ ରେ ପହଞ୍ଚିଥିଲେ ।

ତତ୍ ସହିତ ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଦଳ କିପରି ସଶକ୍ତ ହୋଇପାରିବ ସେ ନେଇ ବ୍ଲକ ବିଜେଡି ସଭାପତି ସନାତନ ସାମଲ ଙ୍କ ଅଧ୍ୟକ୍ଷତାରେ ଏକ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା,

ନୟାଗଡ଼ ଶ୍ରୀମତୀ ଜାନକୀ ଦେହୁରୀ , ବ୍ଲକ ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ , ୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ ସମେତ ୨୨ଟି ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଏବଂ ବରିଷ୍ଠ ବିଜେଡି ସଂଗଠକ, ଯୁବ ଛାତ୍ର , ମହିଳା ହଜାର ହଜାର ସଂଖ୍ୟାରେ ଉକ୍ତ ସମ୍ମିଳନୀ ରେ ସାମିଲ ହୋଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୃତି, ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସଫଳତା ଉପରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ସମଗ୍ର ନୂଆଗାଁ ଅଞ୍ଚଳକୁ ସାମୂହିକ ଉନ୍ନତିରେ ସହାୟକ ହୋଇଥିବାରୁ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ସମଗ୍ର ନୂଆଗାଁ ଅଞ୍ଚଳବାସୀ ଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ ।

Exit mobile version