ନୀଳପଲ୍ଲୀ , ଗିରିଧରପୁର, ଖଇରପଲ୍ଲୀ ସଂଯୋଗ ରାସ୍ତା ଦହନୀୟ ଅବସ୍ଥାରେ କେବେ ନଜର ଦେବେ ବିଧାୟକ…?

୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲା, ରଣପୁର ବ୍ଲକ୍ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଗଡ ବାଣିକିଲୋ, କୁଳାସର, ତାଳକଣୀ, ଖଇରପଲ୍ଲୀ ର ଜନସାଧାରଣଙ୍କ ଭାଇଚାରା, ପର୍ବ ପର୍ବାଣୀ, ଯାନିଯାତ୍ରା, ଶିକ୍ଷା, କୃଷି, ସ୍ବାସ୍ଥ୍ୟସେବା ଓ ବନ୍ଧୁ ଚର୍ଚ୍ଚା ଆଦି ବିଭିନ୍ନ ପ୍ରକାର କାର୍ଯ୍ୟରେ ପ୍ରାୟ ୨୦ ରୁ ଅଧିକ ଗ୍ରାମର ଜନସାଧାରଣ ନୀଳପଲ୍ଲୀ ଠାରୁ ଗିରିଧରପୁର ରାସ୍ତାରେ ନିର୍ଭର କରିଥାନ୍ତି ।

ଉକ୍ତ ରାସ୍ତାଟି ଜଙ୍ଗଲିଆ ଅଞ୍ଚଳରେ ଯାଇ ଥିବାରୁ ସରକାରଙ୍କ ନଜର ଆଢ଼ୁଆଳରେ ରହି ଥିବା ସାଧାରଣ ଲୋକଙ୍କ ମଧ୍ୟରେ ଭାବନା । ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇ ପାରିଲେ ଅଞ୍ଚଳ ବ୍ୟକ୍ତି ବିଶେଷ ଉପକୃତ ହେବେ।

ଏଣୁ ଏ ଅଞ୍ଚଳର ଜନସାଧାରଣ ନୟାଗଡ଼ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦୃଷ୍ଟି ଆକର୍ଷଣ ପୂର୍ବକ ସମାଧାନ କରିବା ପାଈଁ ଅନୁରୋଧ କରିଛନ୍ତି. 

Exit mobile version