ଦଶ ବର୍ଷ ପରେ ହେଲା ସୈଣ୍ଡିକ ବନ୍ଧୁ ମିଳନ l

୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ମୋହେନ୍ଦ୍ରଗଡ଼ ପଞ୍ଚାୟତ ର ରଣାଲଇ ଗ୍ରାମରେ ଆଜି ବନ୍ଧୁ ମିଳନ ସୈଣ୍ଡିକ ସମାଜ ସମ୍ମିଳନୀ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାମିଲ ହେଲେ ବଡଖେମୁଣ୍ଡି ତାଲୁକ ରେ ରଣାଲଇ ଏବଂ ଅନୁଗୁର ଗ୍ରାମ ବାସୀ, ଆଜି ଶୁଣ୍ଡି ଜାତି ର ରୀତିନୀତି ବା ପରମ୍ପରା ଅନୁସାରେ ଆଲୋଚନା କରାଯାଇଥିଲା, କାରଣ ଶୁଣ୍ଡି ଜାତି ମାନଙ୍କର କାର୍ଯ୍ୟ ମଦ ଗାଳି ବିକ୍ରି କରି ପରିବାର ର ପ୍ରତିପୋଷଣ କରିବା,

କିନ୍ତୁ ତାହା ଆଜି ଶୁଣ୍ଡି ଜାତି ସମାଜ କୁ ପରିବର୍ତନ କରିବାକୁ ଏବଂ ରଣାଲଇ ଏବଂ ଅନୁଗୁର ଅଂଚଳ ର ପ୍ରାୟ ନବେରୁ ଅଧିକ ପରିବାର ବନ୍ଧୁ ମିଳନ ରେ ଉପସ୍ଥିତ ଥିଲେ , ସେମାନଙ୍କୁ ମଦ ତିଆରି ନ କରି କିପରି ଭାବେ ଶୁଣ୍ଡି ସମାଜ କୁ ପରିବର୍ତନ କରି ସମାଜ କୁ ଏକ ଶ୍ରେଷ୍ଠ ସମାଜଗଠନ କରିବେ ସେହି ବିଷୟରେ ମଞ୍ଚାସିନ ଅତିଥି ମାନେ ମତ ପ୍ରକାଶ କରିଥିଲେ l

ତେବେ ଆଗାମୀ ଦିନ ମାନଙ୍କରେ କିପରି ପରିବାର ମାନଙ୍କ ମଧ୍ୟ ରେ ମଦ ପିଇ ପରିବାକୁ ଫାଟକ ସୃଷ୍ଟି କରୁଛନ୍ତି ତାକୁ ବନ୍ଦ କରି, ଶାନ୍ତି ବଜାଇ ରଖିବେ ସେହି ବିଷୟରେ ମଧ୍ୟ ମତ ପ୍ରକାଶ କରିଥିଲେ ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ, ସମ୍ପାଦକ ଶ୍ରୀ ଦଣ୍ଡ ପାଣି ସାହୁ,

କୋଷାଧକ୍ଷ ଶ୍ରୀ ବାଲାଜୀ ବିଷୟୀ ଏବଂ ସୁରଙ୍ଗୀ ତାଳଲୁକା ଓ ସାନ ଖେମୁଣ୍ଡି ତାଲୁକା ର ସଭାପତି ଦ୍ୱୟ ମାନଙ୍କୁ ଉପ ଢଙ୍କନ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନ କରିଥିଲେ ,ପୁଣି ବିସକେସନ ବିଷୟୀ, ଭାଗ୍ୟ ରଥି ଚୌଦ୍ଧିରୀ ନେତୃତ୍ୱ ରେ ଏବଂ ଏହି କାର୍ଯ୍ୟକ୍ରମ କୁ ଶ୍ରୀ ମାର୍କଣ୍ଡ ବିଷୟୀ ସାହାଯ୍ୟ ର ହାତ ବଢ଼ାଇ ଥିଲେ l

 

Exit mobile version