ବାଲୁଗାଁ କଲେଜରେ ପକ୍ଷୀ ସୁରକ୍ଷା – ଚିଲିକା ରକ୍ଷା ସଚେତନତା କାର୍ଯ୍ୟକ୍ରମ

୧୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ  :-> ରାଜ୍ୟ ସରକାରଙ୍କ ଯୁବ ଓଡିଶା – ନବୀନ ଓଡିଶା ( ନୂଆ -ଓ ) ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଆଜି ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ଠାରୁ ବିଭିନ୍ନ ଗ୍ରାମ ପରିକ୍ରମା କରିବା ପୂର୍ବକ ମାମୁଁ ଭଣଜା ପାହାଡ଼ ସନ୍ନିକଟ ଚିଲିକା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ବିଦେଶାଗତ ପକ୍ଷୀ ଆମ ଅତିଥି,

ପକ୍ଷୀ ସୁରକ୍ଷା -ଚିଲିକା ରକ୍ଷା, ଆଦି ସ୍ଲୋଗାନ ଦେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି l ମହାବିଦ୍ୟାଳୟ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲଙ୍କ ଦିଗଦର୍ଶନରେ ଆୟୋଜିତ ଏହି ସମାଜ ବିକାଶ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା,ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଅଧ୍ୟାପିକା ରୀନା ରାଉତ,

ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ର,ମନସ୍ବିନୀ ପଟ୍ଟନାୟକ, ଝରଣା ନାଥ,ହିମାଂଶୁ ଦାଶ,ଶୁଭ ଦର୍ଶିନୀ ବିଶ୍ୱାଳ, ସ୍ୱାତୀ ସ୍ଵାଗତିକା ସାହୁ,କୀର୍ତ୍ତି ମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର,ପତିତପାବନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ l ଏହି ଅବସରରେ ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡା, ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା,ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କର ଏହି ଅଭିନଵ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ l

ଏହାପରେ ଛାତ୍ର ଛାତ୍ରୀମାନେ ବାଲୁଗାଁ ସହରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିଥିଲେ l ହେଲମେଟ ପିନ୍ଧି ନ ଥିବା ଗାଡ଼ି ଚାଳକ ମାନଙ୍କୁ ଯମରlଜା ବେଶରେ ଛାତ୍ର ଗାଡ଼ି ଅଟକାଇ ଗୋଲାପ ଫୁଲ ଦେଇ ହେଲମେଟ ପିନ୍ଧିବାକୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନାର ଅଧିକାରୀ ମାନେ ସହଯୋଗ କରିଥିଲେ l

Exit mobile version