ଓଡିଶା ସ୍ୱତନ୍ତ୍ର ବିଦ୍ୟାଳୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ପେନସନ ମିଳିବା ବିଳମ୍ବ ନେଇ ୩୦ରେ ନବୀନ ନିବାସ ଘେରାଉ

୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ରାଜ୍ୟର ୫୧ଟି ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ପେନସନ କରିବା ନିମନ୍ତେ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆସନ୍ତା ୩୦ ତାରିଖରେ ନବୀନ ନିବାସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୋମବାର ଦିନ ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ,

ଓଡିଶା ସ୍ୱତନ୍ତ୍ର ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ଆସୋସିଏସନର ସଭାପତି ପ୍ରଫେସର ଯୁଧିଷ୍ଠିର ଖଟୁଆଙ୍କ ସଭାପତି ତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗତ ୧ ତାରିଖରେ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ଭେଟିଥିଲେ ।

ତୁରନ୍ତ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ବିଦ୍ୟାଳୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଙ୍କୁ ଡିସେମ୍ବର ୨୯ ତାରିଖ ସୁଦ୍ଧା ପେନସନ ଦେବାର ବ୍ୟବସ୍ଥା ନକଲେ ମୁଖ୍ୟ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଫେସର ଖଟୁଆ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ମୃତିରେଖା ମିଶ୍ର ,ରତ୍ନାକର ପ୍ରଧାନ, ସସ୍ମିତା ମହାପାତ୍ର, ସୁରେଶ ଚନ୍ଦ୍ର ଦେବତା, ପ୍ରସନ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version