ଚମ୍ପୁଆ ସ୍ଥିତ ଧରଣୀଧର ନଗର ଭବନ ଠାରେ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଶେଷ

୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ )  ଚମ୍ପୁଆ :->  ଧରଣୀଧର ନଗର ଭବନ ଠାରେ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଶେଷ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ଧରଣୀଧର ନଗର ଭବନ,ଚମ୍ପୁଆ ଠାରେ ଦୁଇ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଶେଷ ହୋଇଯାଇଛି ।

ଆଜି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଏବଂ ଭୂବନେଶ୍ବର ଶଂଖ ଭବନରୁ ଆସିଥିବା ଦୁଇ ପ୍ରଶିକ୍ଷକ ଓମ୍ ପ୍ରକାଶ ସାହୁ ଓ ଅଶୋକ ନାୟକ ଙ୍କ ସହ ରାମତୀର୍ଥ ଶୈବ ପୀଠ ଏବଂ ଗୋଧୂଳୀ ସ୍ଥିତ ବିଶ୍ବରୂପାୟ ମହାଦେବ ପୀଠରେ ଦଳର ଶୁଭକାମନା ପାଇଁ ପୂଜାର୍ଚନା କରିଥିଲେ ।

ଆଜିକାର ପ୍ରଶିକ୍ଷଣ ଶିବିରରେ ଯୋଡା ବ୍ଲକ ଅନ୍ତର୍ଗତ ୨୮ ନଂ ଜୋନର ସମସ୍ତ ୱର୍ଡରୁ ମୋଟ ୩ଶହ ଏବଂ ଚମ୍ପୁଆ ଏନ ଏ ସିର ସମସ୍ତ ୱର୍ଡରୁ ମୋଟ ୧ଶହ ବିଜୁ ଜନତା ଦଳର ଆଗଧାଢିର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ସମେତ ଜିଲ୍ଲା ସଭାପତି ମାଧବ ସର୍ଦାର ,ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ,ବିଜେଡି ଯୋଡା ବ୍ଲକ ସଭାପତି ଦିଲ୍ଲୀପ ନାଏକ,ଚମ୍ପୁଆ ଏନ୍ .ଏ. ସି ଅଧ୍ୟକ୍ଷ ଗିରୀଜା ଶଂକର ସାହୁ ଇତ୍ୟାଦି ଉପସ୍ଥିତ ଥିବାର ଜଣା ପଡିଛି ।

Exit mobile version