ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୁକ୍ତ କୁ ଟାଙ୍ଗୀ ପୋଲିସ୍ ଦ୍ୱାରା ବନ୍ଧା ହେଲେ

୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚନ୍ଦପୁର :-> ଗଞ୍ଜେଇ ଚୋରା ଚାଲାଣ ର  ନୂଆ ତରିକା।ଦାମୀ ଗାଡ଼ିରେ  କରୁଥିଲେ ଗଞ୍ଜେଇ ଚୋରା ଚାଲାଣ।କୁହୁଡି ନିକଟରେ  ୧୬ନଂ ଜାତୀୟ ରାଜପଥ ଟାଙ୍ଗୀରେ ପୋଲିସ ର ଗାଡି ମୋଟର ତନଖି ବେଳେ  ଧରା ପଡିଲେ ଗଞ୍ଜେଇ ଚୋରା  ଚାଲାଣ କାରୀ । ୫୩ କେ .ଜି ଗଞ୍ଜେଇ ସହ ଦୁଇ ମହିଲା  ସମେତ୪ ପୁରୁଷ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ୍।ଗଞ୍ଜେଇ  ଚୋରା ଚାଲାଣ କରୁଥବା ଗୋଟିଏ  ଦାମୀ କାର ଜବତ ହୋଇଛି.।

ଏସ୍ଏଚ ୩ ହଜାର ଟଙ୍କା ଓ ୭ ଟା ମୋବାଇଲ ଫୋନ  ଜବତ କରିଛି ଟାଙ୍ଗୀ ପୋଲିସ l ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ସାହୁ ୨୯ ବର୍ଷ, ନାରାୟଣ ସାହୁ ୩୯ବର୍ଷ,ଅଜୟ ସାହୁ ୨୧ବର୍ଷ, ଶଙ୍କର ପ୍ରଧାନ ୩୧ବର୍ଷ, ଅନିତା ପଣ୍ଡା ୩୩ବର୍ଷ, ପିଙ୍କୁ ପ୍ରଧାନ ୨୧ବର୍ଷ l

ଗଞ୍ଜାମରୁ   ଭୁବନେଶ୍ୱର କୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ।ଏ ନେଇ ଟାଙ୍ଗୀ ଥାନା ପରିସରରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରଙ୍କ ଉପସ୍ଥିତ ରେ ପ୍ରେସ ମିଟରେ  ସୂଚନା ଦେଇଛନ୍ତି ଏସ୍ .ଡି ପି .ଓ ଅନିଲ କୁମାର ମହାନ୍ତି।

Exit mobile version