Home ଓଡ଼ିଶା ପଚାସଢା ମାଂସ ଦୁର୍ଗନ୍ଧରେ ନାକ ଫାଟୁଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମାଛ, କୁକୁଡାର ଟୁକୁରା ଅଂଶ ସହ ଛେଳି ଚମଡା ଓ ପୁଟା ଅଂଶ କେନାଲରେ ଭାସୁଛି ଅତ୍ୟାଧୁନିକ ଆମିଷ ବଜାରରେ ଘୋର ଅବ୍ୟବସ୍ଥା : ସ୍ଥାୟୀ ପ୍ରତିକାର ଦାବି ୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :-> ରାସ୍ତା ପାର୍ଶ୍ଵରେ ବସି ଗୁଜରାଣ ମେଣ୍ଟାଉଥିବା ଆମିଷ ବ୍ୟବସାୟୀଙ୍କ ବ୍ୟାବସାୟିକ ଆନୁଷଙ୍ଗିକ ସୁବିଧା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ନିର୍ମାଣ କରାଯାଇଥିଲା ଅତ୍ୟାଧୁନିକ ମାଛ,ମାଂସ ବଜାର। କିନ୍ତୁ ବାସ୍ତବରେ ପୌରପରିଷଦର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଫଳ ରୂପାୟନ ହେଉ ନଥିବା ଭଳି ପରିଲକ୍ଷିତ ହେଉଛି । ମାଛ, ମାଂସ ବ୍ୟବସାୟୀଙ୍କ ପାଇଁ ପିଣ୍ଡି ନିର୍ମାଣ ହେବା ସହ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଛି । କିନ୍ତୁ ସମସ୍ତ ନିୟମକୁ ବେଖାତିରି କରି ପିଣ୍ଡିରେ ବସିବା ବଦଳରେ ବେପାରୀ ପୂର୍ବଭଳି ବିକ୍ରି ପାଇଁ ରାସ୍ତାକଡ ବ୍ୟବସାୟକୁ ଆପଣେଇଛି । ଫଳରେ ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ପ୍ବାର୍ଶ୍ବ ସଙ୍କୁଚିତ ହେବା ସହ ଅପରିଷ୍କାର ଯୋଗୁଁ ମୁଖ୍ୟ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଆମିଷ ଗନ୍ଧରେ ନାକ ଫାଟି ପଡୁଛି । ଆମିଷ ବେପାରୀଙ୍କ ପାଇଁ ପୌର ପରିଷଦ ପକ୍ଷରୁ ଗତ ୨୦୨୧ ମସିହା ଫେବୃଆରୀ ୧୧ ତାରିଖରେ ୧ କୋଟି ୨୬ଲକ୍ଷ୮୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଅତ୍ୟାଧୁନିକ ଆମିଷ ବଜାର ନିର୍ମିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭାଷୀ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ସହରର ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ବିଜୁ ପଟ୍ଟନାୟକ ଛକ ସମେତ ପୂର୍ବରୁ ଅବସ୍ଥାପିତ ଜେଏମଏଫସି ନ୍ୟାୟାଳୟ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ନିକଟରେ ଆମିଷ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଉଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୌର ପରିଷଦ ପକ୍ଷରୁ ନିର୍ମିତ କୋଠାରେ ପିଣ୍ଡି ଆବଣ୍ଟନ କରାଯାଇଥିଲା। କିନ୍ତୁ କିଛି ବେପାରୀ ନିଜ ପିଣ୍ଡିରେ ମାଛ ବ୍ୟବସାୟ କରୁଥିବା ବେଳେ ଆଉ କିଛି ବ୍ୟବସାୟୀ ୫୯ନଂ ଜାତୀୟ ରାଜପଥର ଚଣା ପଡିଆ ସମ୍ମୁଖ,ମିନି ଷ୍ଟାଡିୟମ ନିକଟ, ଗୀତା ମନ୍ଦିର ଓ କନକ ଦୁର୍ଗା ମନ୍ଦିର ପ୍ରବେଶ ରାସ୍ତା କଡରେ ନିଜ ନିଜ ବ୍ୟବସାୟ ଚଳାଇ ଥିବା ଦେଖାଯାଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ଦୁର୍ଗନ୍ଧ ଯୁକ୍ତ ଓ ପ୍ରଦୂଷିତ ହେବା ସହ ଟ୍ରାଫିକ ସମସ୍ୟା ବି ଉତ୍କଟ ହେବାରେ ଲାଗିଛି । ଏଭଳି ଏକ ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶ ମଧ୍ୟରେ ବ୍ୟବସାୟୀ ମାନେ ବ୍ୟବସାୟ ଚଳାଇ ଥିବା ବେଳେ ଏକ ଅସୁରକ୍ଷିତ ସ୍ଥିତିରେ ଗ୍ରାହକଙ୍କ ଭିଡ଼ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ୫୯ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ହାଲୁକା ଓ ଭାରୀଯାନ ଗୁଡିକର ଦୃତ ଗତିରେ ଗାଡି ଚାଳନା ଗ୍ରାହକ ଓ ପଥଚାରୀଙ୍କ ଧନ ଜୀବନ ପ୍ରଭାବିତ ହେବା ନଜିର ରହିଛି। ପୌର ପରିଷଦ ପକ୍ଷରୁ ସହରକୁ ସବୁଜ, ସୁନ୍ଦର ଓ ସ୍ୱଚ୍ଛତା ସହ ପରିମଳ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ରାସ୍ତାପାର୍ଶ୍ଵ ଓ ଅତ୍ୟାଧୁନିକ ମାଛ, ମାଂସ ବ୍ୟବସାୟୀଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପ ପ୍ରତି ପ୍ରଶାସନ ପକ୍ଷରୁ ତଦାରଖ ହେଉ ନଥିବା ପରିବେଶ ଓ ପରିସ୍ଥିତିରୁ ଜଣାପଡିଛି । ନିୟମ ଅନୁଯାୟୀ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ବିଭାଗୀୟ ଅଧିକାରୀ ମାଛ ଓ ମାଂସ ସ୍ୱାସ୍ଥ୍ୟ ପକ୍ଷେ କେତେ ଉପଯୋଗୀ ତାର ଗୁଣବତ୍ତା ନିୟମିତ ଯାଞ୍ଚ କରିବା କଥା । କିନ୍ତୁ ବିକ୍ରି ହେଉଥିବା ଆମିଷ ଦ୍ରବ୍ୟର ଗୁଣବତ୍ତା ଆଦୌ ଯାଞ୍ଚ ହେଉ ନଥିବା ବହୁ ଗ୍ରାହକଙ୍କ ଠାରୁ ଶୁଣିବାକୁ ମିଳୁଛି । ଏପରି ସ୍ଥଳେ ଆମିଷ ଦ୍ରବ୍ୟର ଦୈନନ୍ଦିନ ଦରରେ ଫରକ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ବେଳେ ଗୁଣବତ୍ତାକୁ ମଧ୍ୟ ପରଖିବାରେ ଗ୍ରାହକ ଚାପ ଓ ଦ୍ଵନ୍ଦରେ ରହୁଥିବା ଜଣାପଡିଛି । ଯଦିଓ ଜଣେ ସାଧାରଣ ଲୋକଙ୍କ ସକାଶେ ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଯାପନର ପ୍ରୟୋଜନ ରହିଛି । ତେବେ ଦୀର୍ଘ ଦିନ ଧରି ମନୁଷ୍ୟକୃତ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ଉପରେ କାହାର ନିୟନ୍ତ୍ରଣ କରିବା ଦାୟିତ୍ୱ ରହିଛି ତାହା ଏବେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଉ ଏକ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା ସଂପୃକ୍ତ ଅଞ୍ଚଳର ବ୍ୟବସାୟ କରୁଥିବା ମାଛ, ମାଂସ ବ୍ୟବସାୟୀ ମାନେ ମାଛ କାତି ସହ କୁକୁଡା ପର, ଗୋଡ ଏବଂ ଛେଳି ଚମଡା ଓ ପୁଟାକୁ ଅତ୍ୟାଧୁନିକ ଆମିଷ ବଜାର ପ୍ବାର୍ଶ୍ବ ଦେଇ ପ୍ରବାହିତ ୭ ନଂ କେନାଲରେ ଭସାଇ ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ କେନାଲରେ ଆମିଷ ଆବର୍ଜନା ପଡି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଜଳ ପ୍ରଦୂଷଣ ହେଉଛି । ସଂପୃକ୍ତ କେନାଳ ଜଳ ବହୁ ଚାଷଜମିରେ ପଡିବା ଦ୍ବାରା ବହୁ ସମୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏପରିକି ଗତ କିଛି ଦିନ ଧରି ଆଧୁନିକ ଆମିଷ ବଜାର ପରିସର ମଦ୍ୟପ ଓ ନିଶା ସେବନକାରୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ସଞ୍ଜ ନଇଁଗଲେ ସମ୍ପୃକ୍ତ ସ୍ଥାନ ପାଲଟି ଯାଏ ଅସାମାଜିକଙ୍କ ମୁକ୍ତାକାଶ ବାର । ବିଳମ୍ବିତ ରାତି ଯାଏଁ ନିଶାସକ୍ତଙ୍କ ପ୍ରାଦୁର୍ଭାବ ଉପଖଣ୍ଡ ଡାକ୍ତରଖାନାକୁ ଯିବା ଆସିବା କରୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ମନରେ ଅତ୍ୟନ୍ତ ଭୟ ଓ ଆତଙ୍କଜନିତ ବାତାବରଣ ସୃଷ୍ଟି ହେଉଥିବା ଆଭାସ ମିଳିଛି । ଏଣୁ ଏଭଳି ଅବ୍ୟବସ୍ଥା ଓ ଅସ୍ବାସ୍ଥ୍ୟକର ପରିବେଶ ଓ ଅସୁରକ୍ଷିତ ପରିବେଶ ଉପରେ ପୌର ପରିଷଦ ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁକୂଳ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026