Home ଓଡ଼ିଶା ଢେଙ୍କାନାଳ ୪୦ତମ ଜିଲ୍ଳାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୨୩-୨୪ ଉଦଯାପିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଢେଙ୍କାନାଳ :-> ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, କାଇମାଟି ଠାରେ ଦିବା ୧୦ ଘଟିକା ସମୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସହଯୋଗରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ- ୨୦୨୩-୨୪ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ପ୍ରଦର୍ଶନୀ ଓ କୁଇଜ୍ କାର୍ଯ୍ୟକ୍ରମର ଉଦଯାପନ କରିଥିଲେ ।ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ । ବିଜ୍ଞାନ ଶିକ୍ଷା ସୁସ୍ଥ ସମାଜ ଗଠନରେ ପ୍ରମୂଖ ଭୂମିକା ମୁଖ୍ୟ ଅତିଥି ମହୋଦୟ ବହୁ ସମୟ ଧରି ସମସ୍ତ ପ୍ରକଳ୍ପ ସବୁକୁ ପରିଦର୍ଶନ କରି ପ୍ରକଳ୍ପକାରୀମାନଙ୍କର ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ ପଚାରି ବୁଝିଥିଲେ।ମୁଖ୍ୟବକ୍ତା ଭାବରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ ଯୋଗଦାନ କରି ଅତୀତର କଳ୍ପନା ଆଜିର ବାସ୍ତବତା ଓ ତାହାହିଁ ବିଶେଷ ଜ୍ଞାନ ବା ବିଜ୍ଞାନ ।ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକଶିତ କରିବା ଆଜିର ପ୍ରମୁଖ ଆବଶ୍ୟକତା । ଛାତ୍ରୀ -ଛାତ୍ରମାନଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ଶିକ୍ଷୟିତ୍ରୀ -ଶିକ୍ଷକମାନଙ୍କର ପ୍ରମୂଖ ଭୂମିକା ରହିଛି ବୋଲି ଦୃଢ଼ ମତ ବ୍ୟକ୍ତ କରିଥିଲେ। ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ବିନିତା ସେନାପତି ଉଦଘାଟନୀ ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ତଥା ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା, ନୂତନତ୍ୱ ସୃଷ୍ଟି ହୋଇଥାଏ । ବିଜ୍ଞାନର ସଦୁପଯୋଗ ସାମାଜିକ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।କଣ,କାହିଁକି,କିପରି ପ୍ରଶ୍ନ ପଚାରି ଅନୁସନ୍ଧିତ୍ସୁ ମନୋଭାବ ନେଇ ଉତ୍ତର ଖୋଜିବାକୁ ପରୀକ୍ଷଣ କରିବା ହିଁ ବିଜ୍ଞାନ ଓ ଏହାଦ୍ୱାରା ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଅନ୍ଧବିଶ୍ଵାସ, କୁସଂସ୍କାର ଦୂର କରି ବିଜ୍ଞାନର ମାନବ କଲ୍ୟାଣରେ ଉପଯୋଗ ଆମକୁ ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ।ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି । କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପରଜଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗନ୍ଦିଆ,ପ୍ରଭାତ କୁମାର ନାୟକ ଯୋଗଦାନ କରି ବୈଜ୍ଞାନିକ ମନୋଭାବର ଜାଗୃତି ହିଁ ନୂତନ ସମ୍ଭାବନାର ସ୍ଵାକ୍ଷର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଇମାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୋହିତ କୁମାର ରାଉତ ପ୍ରମୁଖ ମଞ୍ଚରେ ଆସନ ଗ୍ରହଣ କରିଥିଲେ।ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ, ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ପ୍ରାରମ୍ଭରେ ସରକାରୀ ଉଚ୍ଚ ବିଦ୍ୟାଳୟ,କାଇମାଟିର ଛାତ୍ରୀ,ଛାତ୍ରମାନେ ବିଜ୍ଞାନ ଭିତ୍ତିକ ଉଦଯାପନୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ମୋଟ ୪୦ଟି ବିଦ୍ୟାଳୟରୁ ପ୍ରକଳ୍ପଗୁଡିକ ପ୍ରକଳ୍ପକାରୀ ଛାତ୍ରୀ ଛାତ୍ର ଓ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବିଚାରକ ଭାବରେ ପାରିମାଳ ମହାବିଦ୍ୟାଳୟ,ପଣ୍ଡୁଆର ଗଣିତ ଅଧ୍ୟାପକ ଚିତ୍ତରଞ୍ଜନ ରାଉତରାୟ ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ ଓ ଲମ୍ବୋଦର ସାହୁ ଯୋଗଦାନ କରି ପ୍ରକଳ୍ପ ଗୁଡିକର ଉଚିତ୍ ମୂଲ୍ୟାଙ୍କନ କରିଥିଲେ।ଓଡିଶା ଆଦର୍ଶ ବିଦ୍ୟାଳୟ, ବାରିହାପୁରର ସପ୍ତମ ଶ୍ରେଣୀର ଛାତ୍ର ଡି.ଶୁଭ୍ରାଂଶୁ ପରିଡ଼ା ପ୍ରଥମ,ସରକାରୀ ଉଚ୍ଚ ବିଦ୍ୟାଳୟ,ଭୁବନର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ପ୍ରିୟଦର୍ଶନ ରାଉତ,ଦ୍ଵିତୀୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଲୁରିଆର ଅଷ୍ଟମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ତୃତୀୟ,ସିଦ୍ଧେଶ୍ବରୀ ଉଚ୍ଚ ବିଦ୍ୟାଳୟ, ରାୟନୃସିଁହ ପୁରର ନବମ ଶ୍ରେଣୀର ଛାତ୍ରୀ ଢେଙ୍କାନାଳ ଦେବସ୍ମିତା ନାଏକ ଚତୁର୍ଥ ଓ ଉତ୍କଳ ଭାରତୀ ବିଦ୍ୟାପୀଠ ଖଲିବୋରେଇର ନବମ ଶ୍ରେଣୀର ଛାତ୍ରୀ ପ୍ରିୟାଅଂଶ ଭୋଇ ପଞ୍ଚମ ସ୍ଥାନ ହାସଲ କରି ମୁଖ୍ୟଅତିଥିଙ୍କ ହସ୍ତରୁ ପ୍ରସଂଶାପତ୍ର ଓ ମେମେଣ୍ଟୋ ପୁରସ୍କାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ,ଓଡିଶାଙ୍କ ଦ୍ୱାରା ରାଜ୍ୟ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ପ୍ରତିନିଧିତ୍ବ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାକୁ ଗୌରବାନିତ୍ୱ କରିଥିବା ଥିବା ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ତଥା ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁ ଏବଂ ତାଙ୍କର ସୁପୁତ୍ର ଶ୍ରୀମାନ ରୁଦ୍ର ନାରାୟଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାସ୍ତରୀୟ ବ୍ଲକ୍ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକ୍ ର ୮୦ ଜଣ ଛାତ୍ରୀ -ଛାତ୍ର ଅଂଶଗ୍ରହଣ କରିଥିଲେ ।ପ୍ରଧାନ ଶିକ୍ଷକ ଦେବରାଜ ରାଉତ,ମୀନକେତନ ପରିଡ଼ା,ପ୍ରଦୀପ କୁମାର ରାଉତ,ତନୁଶ୍ରୀ ମିଶ୍ର,ବୈଜୟନ୍ତୀମାଳା ଷଡଙ୍ଗୀ,ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଦଳବେହେରା,ପ୍ରେମାନନ୍ଦ ସାହୁ,ମାନସ କୁମାର ଗଣ୍ଠିଆ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜକ ଓ ବିଚାରକ ଭାବରେ ଯୋଗ ଦେଇଥିଲେ।ଏହି କୁଇଜ୍ ପ୍ରତିଯୋଗିତାରେ ଓଡ଼ାପଡ଼ା ବ୍ଲକ୍ ର ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦେବୀ ପ୍ରସାଦ ନନ୍ଦ,ମଣିଦେବୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ରାଜଶ୍ରୀ ରାଜଲକ୍ଷ୍ମୀ ସାହୁ ଓ ଦଶମ ଶ୍ରେଣୀର ଛାତ୍ର ଶୁଭେନ୍ଦୁ ସାହୁ ଦଳଗତ ଭାବରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଥିଲେ। ଢେଙ୍କାନାଳ ସଦର ବ୍ଲକ୍ ର ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀର ଛାତ୍ରୀ ତନୁଶ୍ରୀ ନାଥ,ଦଶମ ଶ୍ରେଣୀର ଛାତ୍ର ଦୁର୍ଗା ପ୍ରସାଦ ମିଶ୍ର ଓ ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟ,ବେଲଟିକିରିର ଦଶମ ଶ୍ରେଣୀର ଛାତ୍ର ରାକେଶ ମହାନ୍ତି ଦଳଗତ ଭାବରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରନର୍ସଅପ୍ ହୋଇଥିଲେ ଓ ମୁଖ୍ୟଅତିଥିଙ୍କ ହସ୍ତରୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପୁରସ୍କାର ଗ୍ରହଣ କରିଥିଲେ।ସେହିପରି କୌଶଳୀ କ୍ଲବ୍ ଦକ୍ଷତା ବୃଦ୍ଧି କର୍ମଶାଳା ଆକାଂକ୍ଷୀ ପାଠ୍ୟକ୍ରମରେ ଜିଲ୍ଲାର ୨୬୬ ବିଦ୍ୟାଳୟର ୨୬୬ ଜଣ ଗଣିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ।ରାଜ୍ୟସ୍ତରୀୟ ପ୍ରଶିକ୍ଷକ ସୌରଭ ପଟ୍ଟନାୟକ ଯୋଗଦାନ କରି ମତବିନିମୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଜିଜ୍ଞାସା କ୍ଲବ୍ ଦକ୍ଷତା ବୃଦ୍ଧି କର୍ମଶାଳାରେ କମଳାଙ୍ଗ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଯୋଗଦାନ କରି ଆକାଂକ୍ଷୀ ପାଠ୍ୟକ୍ରମର ନୀତିନିୟମ, ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଜିଜ୍ଞାସା ଜୀବନ କୌଶଳର ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ ।ଏଥିରେ ଢେଙ୍କାନାଳ ଜିଲ୍ଲାର ୨୬୬ ବିଦ୍ୟାଳୟର ୨୬୬ ଜଣ ବିଜ୍ଞାନ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ।ସନ୍ଧ୍ୟାରେ ଛାତ୍ରୀ -ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ରୋହିତ କୁମାର ରାଉତ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ସାହୁ,କୈଳାଶ ଚନ୍ଦ୍ର ପୃଷ୍ଟି,ବଟ ବିହାରୀ ବିଦ୍ୟାପୀଠ, ତରଭାର ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ତାଙ୍କର ସହଯୋଗୀ କାର୍ଯ୍ୟାଳୟ ସହକାରୀ ସନ୍ତୋଷ ଆଚାର୍ଯ୍ୟ,ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା,ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରାକ୍ତନ ପ୍ରଧାନଶିକ୍ଷକ ବନବିହାରୀ ବାରିକ,ପ୍ରାକ୍ତନ ଶିକ୍ଷକ ସଦାନନ୍ଦ ସାହୁ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ମଧୁସୂଦନ ରାଉତ,ସୁଶ୍ରୀ ଶୁଭସ୍ମିତା ବେଉରା,ବବିତା ଲେଙ୍କା, କାଇମାଟି ଉଚ୍ଚ ବିଦ୍ୟାଳୟର ସତ୍ୟବ୍ରତ ପାତ୍ର,ସୀମାନି ନାଏକ,ସ୍ମରଣିକା ବେହେରା,ଜଗନ୍ନାଥ ସାହୁ,ରଘୁନାଥ ଦେହୁରୀ,ନିବେଦିତା ପ୍ରଧାନ,ସନ୍ଦେଶା ମାହେଶ୍ୱରୀ,ଶିକ୍ଷକ ପ୍ରଶାନ୍ତ ପଣ୍ଡା,ସସ୍ମିତା ସାମଲ,ସୁସ୍ମିତା ସାହୁ,ସଂଗୀତା ବେହେରା,ରୁଦ୍ରଚରଣ ଦେହୁରୀ, ବିବେକାନନ୍ଦ ବାରିକ ଓ ହସିମା ଖାତୁନ ପ୍ରମୁଖ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ,ବି.ଆର୍.ସି.ସି. ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ, ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା। Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026