Home ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ଶିଶୁ ମହୋତ୍ସବ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଖୋର୍ଦ୍ଧଜିଲ୍ଲା ଓଷ୍ଟା ଆନୁକୂଲ୍ୟରେ ଚିଲିକା ବ୍ଲକ୍ ଅନ୍ତର୍ଗତ ବିରିବାଡ଼ିସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ସମ୍ପାଦକ ସୁଧାକର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୪୦ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବକ୍ତୃତା, କଣ୍ଠ ସଙ୍ଗୀତ,ଚିତ୍ରାଙ୍କନ, କୁଇଜ୍, ସାଧାରଣ ଜ୍ଞାନ,ଏକକ ନୃତ୍ୟ,ଏକକ ଅଭିନୟ,କବିତା ରଚନା,ଗଳ୍ପ ଲିଖନ ଏବଂ ଆବୃତ୍ତି ପ୍ରତିଯୋଗିତା କରାଯାଇଥିଲା । ଜିଲ୍ଲା ଓଷ୍ଟା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ତରାଇ ମୁଖ୍ୟ ଅତିଥି,ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟବକ୍ତା,ଚିଲିକା ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ, ଜିଲ୍ଲା ଓଷ୍ଟା ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର,ଚିଲିକା ଓଷ୍ଟା ସଭାପତି ବିଜୟ ପାତ୍ର,ରାଜ୍ୟ ଓଷ୍ଟା ସମ୍ପାଦକ ରମାକାନ୍ତ ମହାପାତ୍ର, ଓଷ୍ଟା କାର୍ଯ୍ୟକାରୀ ସଦସ୍ୟ ମଧୁସୂଦନ ଦେ, ଏବଂ ଶିଶିର ଦାଶ,ଚିଲିକା ଓଷ୍ଟା ସମ୍ପାଦକ କୁନା ମହତ୍ତ୍ଵ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ଓ ବେଗୁନିଆ ବ୍ଲକ୍ ଓଷ୍ଟା ସମ୍ପାଦକ ରତିକାନ୍ତ କହଲ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନ ଓ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟଅତିଥି, ଓଷ୍ଟାର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ଵାଳ ମୁଖ୍ୟବକ୍ତା, ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ ଦାଶ ବିଶିଷ୍ଟ ଅତିଥି, ପ୍ରାକ୍ତନ ଚିକିତ୍ସା ଅଧିକାରୀ ମଧୁସୂଦନ ସେନାପତି, ଚିଲିକା ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା,ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ଉପଦେଷ୍ଟା ଉପେନ୍ଦ୍ର ଦାଶ,ପ୍ରାକ୍ତନ ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟାର ସମସ୍ତ କାର୍ଯ୍ୟକାରୀ ସଭ୍ୟ ସଭ୍ୟା,ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଭୁକ୍ତ ୧୦ ଟି ବ୍ଲକ୍ ର ଓଷ୍ଟା ସଭ୍ୟ ସଭ୍ୟା,ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଉକ୍ତ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟାର ସଭ୍ୟ ସଭ୍ୟା,ଚିଲିକା ବ୍ଲକ୍ ର ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ,ବିଚାରକ ମଣ୍ଡଳୀ,ଗଣ ପ୍ରତିନିଧି, ଖୋର୍ଦ୍ଧା ଜିଲ୍ଲା ଅମଲା ସଂଘ ସମ୍ପାଦକ ଅଶୋକ କୁମାର ପଣ୍ଡା ଏବଂ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ତଥା ଚିଲିକା ବ୍ଲକ୍ ଓଷ୍ଟା ସମ୍ପାଦକ କୁନା ମହତ୍ତ୍ଵ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ୨୦ ଜଣ ଛାତ୍ରଛାତ୍ରୀ ଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଆଶିଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026