ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନନୁଆଗଡ :-> ନୁଆଗଡ ବ୍ଳକ ଖଜୁରିପଦା ବାବା ସାହେବ ଆମ୍ବେଦକର କଲେଜ ପଡିଆରେ ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ବ ୧୯ଟି ପଞ୍ଚାୟତର ଦିବ୍ୟାଙ୍ଗ ଯୋଗଦେଇଥିଲେ । ବିଭିନ୍ନ ପଞ୍ଚାୟତର ୨୫୩ ଜଣ ନାମ ପଞ୍ଜିକରଣ ହୋଇଥିଲା । ପଞ୍ଜିକୃତ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ ।

ତପ୍ରରେ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଜଣକୁ ଟ୍ରାଇସାଇକଲ , ଦୁଇ ଜଣଙ୍କୁ ଚେୟାର, ସିପି ଚେୟାର ୨ଟି ଏବଂ ଚାରିଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା । ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନିୟକ, ବିଡିଓ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷ ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତ,

ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ଯୋଗଦେଇଥିଲେ । ଶିବିରକୁ ଗୋଷ୍ଠୀ ସାମାଜିକ ଅଧିକାରୀ ଆନନ୍ଦ ରାଓ ପରିଚାଳନା କରିଥିଲେ। ବ୍ଳକ, ତହସିଲି ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ, ଓଡିଶା ଜୀବିକା ମିଶନ, ମନରେଗା ବିଭାଗର କର୍ମଚାରୀ ସହଯୋଗ କରିଥିଲେ ।

Exit mobile version