ନୁଆଗଡରେ ବ୍ଳକସ୍ତରୀୟ ରିଷିଶୃଙ୍ଗ ମହୋତ୍ସବ ଉଦ୍ଯାପିତ

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :->  ଗଜପତି ଜିଲ୍ଲା ନୁଆଗଡ ବ୍ଳକସ୍ତରୀୟ ରିଷିଶୃଙ୍ଗ ମହୋତ୍ସବ ଅନୁଷ୍ଠିତ ପାଇଁ ମହେନ୍ଦ୍ରଗିରି ପର୍ବରୁ ମସଲା ବିଭିନ୍ନ ବ୍ଳକ ପରିକ୍ରମା କରି ନୁଆଗଡ ବ୍ଳକର ଖଜୁରିପଦା ଛକଠାରେ ବ୍ଳକ ବିଡିଓ ଆସିବା ମଶାଲାକୁ ସ୍ବଗତ କରିବା ସହ ବ୍ଳକ ନେଇ କାର୍ଯ୍ୟାଳୟ ରଖିଥିଲେ । ମହୋତ୍ସବ ପ୍ର ଥମମ ଦିନରେ ବ୍ଳକ କାର୍ଯ୍ୟାଳୟରୁ ବହୁ ଆଡମ୍ବରରେ ମଶାଲକୁ କାର୍ଯ୍ୟକ୍ରମ ସ୍ଥାନକୁ ନିଆଯାଇଥିଲା । ଲୋକକଳାର ବିକାଶ ତଥା ଗ୍ରାମାଞ୍ଚଳରେ ରହୁଥିବା କଳାକାରଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଜିଲ୍ଲାର ଐତିହ୍ୟ ଓ ପରମ୍ପରାର ପୁନରୁଦ୍ଧାରଓ ପ୍ରଶାସନ ଦ୍ବାରା ଗୋଷ୍ଠୀର ସମୂହ ଉନ୍ନତିର ବାସ୍ତବ ଚିତ୍ରକୁ ସର୍ବ ସାଧାରଣରେ ପ୍ରଦଶିତ ତଥା ବଡଦିନ ନୂଆବର୍ଷ, ପୋଙ୍ଗଲ ଉତ୍ସବ ଓ କୃଷି ଉପାଦିତ ,

ଦ୍ରବ୍ୟ ଘରକୁ ଆଣିବା ପରର ସଙ୍ଗୀତ ମୂହୁର୍ତରେ ଟିକେ ହସ ଭରିଦେବା ପାଇଁ ଗଜପତି ଜିଲ୍ଲା ନୁଆଗଡ ସଦର ମହକୁମା ସ୍ଥିତ ମିଷ୍ଟାୟମରେ ବ୍ଳକସ୍ତରୀୟ ରଷିଶୃଙ୍ଗ ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମଦିନରେ ବା ଉଦଘାଟନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଏବଂ କଳାକାର ଉପସ୍ଥିତ ହୋଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ । ଉତ୍ସବର ପ୍ରଥମ ଦିନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବରା ତ୍ରିରୁପତି ରାଓ,

ମୋହନା ନିର୍ବାଚନ ବିଧାୟକ ଦାଶରଥି ଗମାଙ୍ଗ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସ୍ବତନ୍ତ ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରୀୟମ ରଇତ, ପାରଳାଖେମଣ୍ଡ ପୌର ପରିଷଦ ପୌରଧକ୍ଷା ନିର୍ମଳା ସେଠୀ, ବିଡିଓ ଲୋକନାଥ ଶବର, ତହସିଲଦାର ପ୍ରଫୁଲ କୁମାର ଡାକୁଆ, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହାମିୟା ରଇତ, ୫ଟି ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ରୋଗେଇସିଂ ବିଦ୍ୟାଳୟ ଶିକ୍ଷକ ଫିଲିମନ ପାଲ ଏବଂ ଦୋଘରିଆ ହାଇସ୍କୁଲ ଛାତ୍ରୀ ଅଭ୍ୟର୍ଥନା ଗୀତ ଗାନ କରିଥିଲେ ।

ବ୍ଳକର ବିଭିନ୍ନ ଗ୍ରାମଞ୍ଚଳର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟଗୀତ ପରିବେଷଣ କରିଥିଲେ । ଅତିଥୀମାନେ ବିଭିନ୍ନ ପ୍ରତିଯୋଗିତା ପମ୍ମାନିତ କରିଥିଲେ । ରଶିଶୃଙ୍ଗ ମହୋତ୍ସବ ଉଯାପିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣନିଧି ନାୟକ, ବ୍ଳକ ଅଧ୍ୟକ୍ଷା, ଉପାଧ୍ୟକ୍ଷ , ସ୍ଥାନୀୟ ସରପଞ୍ଚ ସରୋଜିନୀ ରଇତ, ସମିତିସଭ୍ୟ ସରିତା ଭୂୟାଁ ବିଡିଓ, ତହସିଲଦାର ମଞ୍ଚାସୀନ ଥିଲେ ।

ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗଣମାଧମ ପ୍ରତିନିଧି, ସରକାରୀ ବିଭିନ୍ନ ବିଭାଗ, ଅନୁଷ୍ଠାନ, ସ୍ବେଛାସେବୀ, ସଙ୍ଗଠନ ଓ କେତେକ ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ସମ୍ମାନିତ କରାଯାଇଥିଲା । ଓଡିଶା ସୁନାମ ଗାୟିକା , ଶ୍ରୀତମ ନନ୍ଦ ଓ ଗାୟକ ପ୍ରଲ୍ଲପ୍ରଦ ମହାନ୍ତିଙ୍କ ଗୀତାରେ ଝୁମିଥିଲେ ଦର୍ଶକ । ଯୁଟୁବର ହାସ୍ୟ ଅଭିନେତା ସାନ୍ତ ଦର୍ଶକଙ୍କୁ ହସାଇଥିଲେ । ଉଯାପିତ ମହୋତ୍ସବରେ ବ୍ରହ୍ମପୁରରୁ ହାସ୍ୟ କଳାକାର ଆନା କମେଡି ମଧୁ ସୁଦାମ ମିଶ୍ର ଓ ପ୍ରାତିରଞ୍ଜନ ପ୍ରଧାନ ଦର୍ଶକଙ୍କୁ ହସାଇଥିଲେ ।

ନୁଆଗଡ ବ୍ଳକସ୍ତରୀୟ ରୃଶିଶୃଙ୍ଗ ମହୋତ୍ସବରେ ବ୍ଳକ ଜିଲ୍ଲାପରିଷଦ ସଭ୍ୟ ଓ ୧୪ଟି ପଞ୍ଚାୟତ ସରପଞ୍ଚ ଯୋଗଦେଇନଥିଲେ । କିଛି ସରପଞ୍ଚ ଏହି ବିଷୟ ନେଇ ଆମ ପ୍ରତିନିଧି ପଚାରିବାରୁ କିଛି କହିଛନ୍ତି ପ୍ରତି ପଞ୍ଚାୟତକୁ ୩୫ହଜାର ଟଙ୍କା ଚାନ୍ଦା ପଡିଥିଲା ଆମଠାରୁ ରାଜ୍ୟ ସବୁ ଦାୟତ୍ବ ନେଇ ପିଇଓ ମାନଙ୍କୁ ଦିଆଗଲା ଆମେ କେଉଁଠାରୁ ୩୫ହଜାର ଟଙ୍କା ଆଣି ଚାନ୍ଦାଦେବୁ ବୋଲି କହିଥିଲେ । ସେମାନେ ଅହୁରି କହିଛନ୍ତି ଯେ ଗତବର୍ଷ ଉଛବ ଆଜିସୁଧା ଖର୍ଚର ହିସାବ ଦେଉନାହାନ୍ତି ସେଥିଯୋଗୁଁ ଆମକୁ ଚାନ୍ଦା ଟଙ୍କା ଦେଲୁକି ରୁଶିଶୃଙ୍ଗ ମହୋତ୍ସବ ଗଲୁନାହିଁ ବୋଲି କହିଛନ୍ତି ।

Exit mobile version