ବାବାସାହେବ ଆମ୍ବେଦକର ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି :->  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ବାବା ସାହେବ ଆମ୍ବେଦକର ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ଶୋଭାଯାତ୍ରା ଅଧ୍ୟକ୍ଷ ପ୍ରେମ ଚନ୍ଦ୍ର ସିଂ ଙ୍କ ନେତୃପ୍ତରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶୋଭାଯାତ୍ରାରେ ଶତାଧିକ ଛାତ୍ର ଛାତ୍ରୀ ସାମିଲ ହୋଇ କଲେଜ ପରିସର ଠାରୁ ବାହାରି ଖଜୁରୀପଦା, ବଡ଼ପଦା ବଜାର ପରିକ୍ରମା କରି ଲୋକଙ୍କୁ ପ୍ଲାଷ୍ଟିକ ବର୍ଜନ ଓ ଘର,ସାହି ଓ ବଜାର ସଫା ରଖିବା ପାଇଁ ସଚେତନ କରିବା ସହ ବଜାରରେ ପଡ଼ିରହି ଥିବା ଅଳିଆ ସବୁ ସଫା କରିଥିଲେ।

ତତସହ ବାଲ୍ୟ ବିବାହ ରୋକିବା ଲାଗି ବଡ଼ପଦା ପଡିଆ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସିଡିପିଓ ସୁରଥି ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମାନୁଏଲ୍ ଛିଞ୍ଚାଣୀ , ବାବା ସାହେବ୍ ଆମ୍ବେଦକର ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ଲିମା ଯୋଗଦାନ କରି ବାଲ୍ୟ ବିଭାଗ ଉଛଦ ବିଷୟରେ ଅଭିଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମରେ ଅଙ୍ଗୱାଡ଼ି ସୁପର ଭାଇଯର, ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ, ଏସଏସଜି ମହିଳା, କଲେଜ ଛାତ୍ରଛାତ୍ରୀ ବହୁ ସାକ୍ଷ୍ୟରେ ଉପସ୍ଥିତ ଥିଲେ। ନୋଡାଲ ଅଫିସର ସନ୍ତୋଷ କୁମାର ପତ୍ର, ସଂଯୋଜକ ସନ୍ଦିପ ପାଣି, ସୁରମ ରଇତ, ପବିତ୍ର ମଣ୍ଡଳ,ପ୍ରଦୀପ ମଣ୍ଡଳ ସମେତ କଲେଜ ର ସମସ୍ତ କର୍ମଚାରୀ ସାମାଜିକ ସଚେତନତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Exit mobile version