କେନ୍ଦ୍ରୀୟ ବିଦ୍ୟାଳୟ ରେ ଗ୍ରାଣ୍ଡ ପ୍ୟାରେଣ୍ଟସ ଦିବସ 2023-24 ପାଳିତ 

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :-> ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ରେ ଦାଦା, ଦାଦି ଓ ନାନା,ନାନୀ ଅର୍ଥାତ ଗ୍ରାଣ୍ଡ ପ୍ୟାରେଣ୍ଟସ ଦିବସ ପାଳନ କରାଯାଇଛି l ଏହି ଦିବସ ପାଳନ ଅବସରରେ ସ୍କୁଲ ର ଛାତ୍ର, ଛାତ୍ରୀ ସମେତ ସେମାନଙ୍କ ଅଜା, ଆଇ, ଏଂବ ଜେଜେବାପା, ଜେଜେ ମା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଜେଜେବାପା, ଜେଜେମା, ଏଂବ ନାତି, ନାତୁଣୀ ମାନଙ୍କ ମଧ୍ୟରେ ସ୍ନେହ,

ପ୍ରେମ ଭରା ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ବହୁ ଧୁମ ଧାମ ରେ କେନ୍ଦ୍ରୀୟ ବିଦ୍ୟାଳୟ ରେ ପାଳନ କରାଯାଇଛି l କିଛି ପରିବାର ମଧ୍ୟରେ ଜେଜେ ବାପା, ଜେଜେ ମାଆ ଙ୍କ ଠାରୁ ନାତି, ନାତୁଣୀ ଙ୍କୁ ସେମାନଙ୍କ ସ୍ନେହ ପ୍ରେମ ଠାରୁ ଭିନ୍ନ କରାଯାଉଛି ଯାହାରୀ ଫଳରେ ନାତି,

ନାତୁଣୀ ସେମାନଙ୍କ ସ୍ନେହ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପାରୁନ ଥିବା ଦେଖିବା କୁ ମିଳୁଛି ଫଳରେ ବୁଢାପା ସମୟରେ ସେମାନେ ନିଜକୁ ଏକୁଟିଆ ମନେ ନ କରି ହସ ଖୁସି ରେ ନାତି,ନାତୁଣୀ ସହିତ ସ୍ନେହ ପ୍ରେମ ଭରା ଆଉ ବାକି ଜୀବନ ବିତେଇ ରହିବା ପାଇଁ ଏହି ଗ୍ରାଣ୍ଡ ପ୍ୟାରେଣ୍ଟସ ଦିବସ ର ମୁଖ୍ୟ ଉଧେଶ୍ୟ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରିନସିପାଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l

ଏହି ଶୁଭ ଅବସରରେ ଗ୍ରାଣ୍ଡ ପ୍ୟାରେଣ୍ଟସ ମାନଙ୍କୁ ନାଚ, ଗୀତ ମାଧ୍ୟମରେ ନାତି, ନାତୁଣୀ କିଛି ମନରଞ୍ଜନ କାର୍ଯ୍ୟକ୍ରମ ଦ୍ଵାରା ତାଙ୍କ ମନରେ ଖୁସି ଆଣିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ରୂପେ ଏକ୍ସ ଚେୟାରମ୍ୟାନ ସି ଡ଼ବ୍ଲ ସି ର ଶ୍ରୀ ରମାକାନ୍ତ ସାହୁ ପ୍ରାରମ୍ଭରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l

CMP ଅଧୀନରେ ପ୍ରାଥମିକ ଛାତ୍ରମାନଙ୍କ ପାଇଁ ଅନେକ କାର୍ଯ୍ୟ କଳାପ କରାଯାଇଥିଲା ଯେପରି କି ଷ୍ଟାଣ୍ଡାର୍ଡ 1 ପିଲାମାନଙ୍କର ସ୍ୱାଗତ ସାମରହ ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ ସିଛ କାର୍ଯକଳାପ ଯଥା -କାଲିଗ୍ରାଫି, ଚିତ୍ରାଙ୍କନ, କବିତା ପାଠ, ରାକ୍ଷୀତିଆରୀ, ଇତ୍ୟାଦି ପିଲାମାନଙ୍କ ଦ୍ଵାରାଏକ ସୁନ୍ଦର ଉପସ୍ଥାପନା କରାଯାଇଥିଲା l

ଅତିସୁନ୍ଦର ଭାବରେ ସେହି ସ୍କୁଲ ର ଅଧ୍ୟାପିକା ସୁରଭି ସାହୁ ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ମାନେ ତାଙ୍କୁ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଭିଭାବକ ଓ ଗ୍ରାଣ୍ଡ ପ୍ୟାରେଣ୍ଟସମାନେ ବହୁତ ଖୁସି ଥିବା ଦେଖିବା କୁ ମିଳିଥିଲା l  

Exit mobile version