ବୋଲଗଡ ଓଷ୍ଟା ଶିଶୁ ମହୋତ୍ସବ ଆୟୋଜିତ

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ବ୍ଳକ୍ ଓଷ୍ଠା ଆନୁକୁଲ୍ୟରେ ଦେଉଳି ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୨୧ ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାୟ ଦେଢ଼ଶହ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିଲେ । ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର କାର୍ଯ୍ୟ କ୍ରମକୁ ଉଦଘାଟନ କରିଥିଲେ।

ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ରଙ୍କ ପୌରୋହିତରେ ପ୍ରତିଯୋଗୀତା ମାନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିଲା।ନୟାଗଡ଼ ସ୍ଥିତ ୟୁନିଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଗୁଣୀ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗା ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଖୋର୍ଦ୍ଦା ଜିଲ୍ଲା ଓସ୍ଥାର କାର୍ଯ୍ୟକାରୀ ସଦସ୍ୟ କୈଳାସ ଚନ୍ଦ୍ର ତ୍ରିପାଠୀ, ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ସିଂହ ,

ଆଭ୍ୟର୍ଥନା କମିଟିର ଆବାହକ ସୁକାନ୍ତି ଦେଇ, ବେଗୁନିଆ ବ୍ଲକ୍ ଓଷ୍ଠାର ଉପସଭାପତି ଶ୍ରୀ ପ୍ରଭାତ କୁମାର ସାହୁ, ମୋ ସ୍କୁଲ କମିଟିର ସଭାପତି ପ୍ରଶାନ୍ତ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ପ୍ରତିଯୋଗୀତାର ବିଚାରକ ମଣ୍ଡଳୀରେ ଶିକ୍ଷକ ସାନନ୍ଦ କୁମାରସାହୁ,ପ୍ରଭାତ କୁମାର ସାହୁ, ବସନ୍ତ କୁମାର ଉତ୍ତରକବାଟ, ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦେଇ ପ୍ରତିଯୋଗୀ ମାନଙ୍କ ମୁଲ୍ୟ ନିରୁପଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ବେଗୁନିଆ ବ୍ଲକ୍ ଓଷ୍ଠ ସମ୍ପାଦକ ଶ୍ରୀ ରତିକାନ୍ତ କହଲ ସଂଯୋଜନା କରିଥିଲେ ।

ପୁବୁସାହି ସ୍ଥିତ ନିଉଷ୍ଟାର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ମୁଖ୍ୟ ବକ୍ତା, ଖୋର୍ଦ୍ଧା ଜିଲ୍ଲା ଓଷ୍ଠା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ମହାପାତ୍ର, ପଶ୍ଚିମେସ୍ୱର ଦେବା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଆଲୋକ କୁମାର୍ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକ ଓ ଅନ୍ୟ ଅତିଥି ମାନେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ସମ୍ମାନିତ ବକ୍ତା ଭବେ ବରିଷ୍ଠ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାମନ୍ତରାୟ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷ୍ଟିତ ନୃତ୍ୟ ଗୀତ ପରିବେଶକୁ ଆମୋଦିତ କରିଥିଲା। ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଦଶଟି ବିଭାଗରୁ ଉନ୍ନୀତ ଦୁଇ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଜିଲ୍ଲା ସ୍ଥରରେ ଭାଗ ନେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ପରିଶେଷରେ ବ୍ଳକ୍ ସମ୍ପାଦକ ସୁରେଶ ଚନ୍ଦ୍ର ପଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version