ରାହୁଲଜୀ ସେବା ଟ୍ରଷ୍ଟ ପକ୍ଷରୁ ସିଏମସି ୫୮ ନମ୍ବର ୱ।ର୍ଡ଼ରେ ନିଯୁକ୍ତି ମେଳା

୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ନିଜ ୱ।ର୍ଡ଼ରେ ବିଭିନ୍ନ ଉନ୍ନତି ମୂଳ କାର୍ଯ୍ୟ କରି ଚାଲିଥିଲା ବେଳେ, ୱ।ର୍ଡ଼ର ବେକାରୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । କର୍ପୋରେଟରଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ରାହୁଲଜୀ ସେବା ଟ୍ରଷ୍ଟ ପକ୍ଷରୁ ଶନିବାର ପୂର୍ବାହ୍ନରେ, ଗୋପାଳପୁର ଠାରୁ ଫୁଲନଖରା ପର୍ଯ୍ୟନ୍ତ ୪ ଗୋଟି ୱ।ର୍ଡ଼ର , ବେକାରୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଇଁ ଏକ ନିଯୁକ୍ତି ମେଳା , ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଆୟୋଜନ କରାଯାଇଥିଲା । ଏହି ନିଯୁକ୍ତି ମେଳାରେ ଶତାଧିକ ଯୁବକ ଯୁବତୀ ନିଜର ନାମ ପଞିକରଣ କରିଥିଲେ ।

ନିଯୁକ୍ତି ପୂର୍ବରୁ ପଞିକରଣ କରିଥିବା ଯୁବକ ଯୁବତୀ ମାନଙ୍କୁ ଡ଼କ୍ଟର ରେଡି ପାଫାଉଣ୍ଡେସନ ପକ୍ଷରୁ ତାଲିମ ପ୍ରଦାନ କରାଯିବ ।ଏନେଇ ଏକ ସଭା ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ଼କ୍ଟର ରେଡି ଫାଉଣ୍ଡେସନର ଟ୍ରେନର ହିମାଂଶୁ ଶେଖର ସାହୁ, ସ୍ୱପ୍ନେଶ୍ୱର ଜେନା, ତୃପ୍ତି କାନୁନଗୋ, କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ସନ୍ତୋଷ କୁମାର ଲେଙ୍କା,

ୱ।ର୍ଡ଼ କଂଗ୍ରେସ କମିଟିର ସଭାପତି ଶରତ ଚନ୍ଦ୍ର ଜେନା , ତୁଷାର କାନ୍ତ ମହାପାତ୍ର, ସମାଜ ସେବୀ ଝରଣା ରାଉତ, ଶ୍ରୀଚରଣ ବେହେରା, ନାରାୟଣ ରାଉତ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ସଂପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ସହଯୋଗ କରିଥିଲେ ମାମିନା ରାଉତ, ରୁକ୍ଣଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version