ସୁନା ଲୁଟ୍ କରି ଚମ୍ପଟ ମାରୁଥିବା ବେଳେ ସ୍କୁଲ ପିଲା ଙ୍କ ହାବୁଡ ରେ ପଡିଗଲା ଲୁଟେରା

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ବର :->  ଭୁବନେଶ୍ବରରେ ଦିନ ଦ୍ଵିପହର ରେ ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । କମିଶନରେଟ୍ ପୁଲିସ୍ ଲୁଟେରାକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି । ସବୁଦିନ ପରି ଆଜି ପଳାଶୁଣି ଏସ୍‌ବିଆଇ ପାଖରେ ଥିବା ସୁନା ଦୋକାନ ଖୋଲିଥିଲା । ଆଉ ଦୋକାନୀ ଦୋକାନ ଖୋଲି ବସିଥିବା ବେଳେ ଅପରାହ୍ନରେ ଜଣେ ଯୁବକ ଦୋକାନରେ ପଶି ସୁନା ଗହଣା ଲୁଟ କରି ଚମ୍ପଟ ମାରୁଥିଲେ I

ସେତିକି ବେଳେ ଦୋକାନୀ ଜଣକଙ୍କ ଚିତ୍କାର ଶୁଣି ସେହି ରାସ୍ତା ଦେଇ ଯାଉଥିବା ସ୍କୁଲ ପିଲା ମାନେ ଚୋରକୁ ମାଡ଼ି ବସିଥିଲେ । ସ୍କୁଲ ପିଲାମାନେ ଚୋରକୁ ଧରି ସ୍ଥାନୀୟ ଲୋକଙ୍କ ଜିମା ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଲୁଟେରା ଟିକୁ କବଜା କରି ନିକଟସ୍ଥ ମଞ୍ଚେଶ୍ବର ଥାନା ରେ ରିପୋର୍ଟ କରିଥିଲେ ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ତଥ୍ୟ ଆଦାୟ କରି ସ୍ଥାନୀୟ ଲୋକଙ୍କ କବଳରୁ ଚୋରକୁ ଉଦ୍ଧାର କରିଥିଲେ । ପୁଲିସ ଯୁବକକୁ ଅଟକ ରଖି ଜେରା କରୁଥିବା ଜଣା ପଡିଛି ।

Exit mobile version