ଏକାମ୍ର ରେ ଜନ ସମ୍ପର୍କ ପଦଯାତ୍ରା

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :->  ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୬ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ କଳ୍ପନା ପାଣି ଟାଙ୍କି ବିଜୁ ଆଦର୍ଶ କଲୋନୀ ରୁ ପଦ ଯାତ୍ରା ଆରମ୍ଭ ହୋଇ ଲେବର କଲୋନୀ,ମଇଁଷି ଖାଲ,ଗଧିଆ ଖାଲ, ଅଧେଇଖାଲ,ବିଜେବି ନଗର,ହରି ନଗର, ବିଜୟଲକ୍ଷ୍ମୀ କଲୋନୀ,

ମେଡିକାଲ କଲୋନୀ ପ୍ରଭୁତି ଅଞ୍ଚଳରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପଦଯାତ୍ରାରେ ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ରେ ମେୟର ସୁଲୋଚନା ଦାସ, ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରୀମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,

ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ଉପାଧ୍ୟକ୍ଷ ଡ ସନ୍ତୋଷ ଵେଜ୍ ,କର୍ପୋରେଟର କେ ଶାନ୍ତି, ମହାମାୟା ସ୍ବାଇଁ, ବିଜୟିନୀ ଜେନା, ପ୍ରତାପ ଜେନା, ସମରେଶ ବେଉରା, ଦାଶରଥି ଗରାବଡୁ,ରାଜେଶ ପାତ୍ର,ଶିବପ୍ରସାଦ ମହାପାତ୍ର,ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ.

Exit mobile version