ଶହୀଦ ରଘୁ ଦିବାକର ଡିଗ୍ରୀ ମହାବିଦ୍ୟାଳୟ ଗଡବାଣୀକିଲୋ ରେ “ନୂଆ- ଓ” କାର୍ଯ୍ୟକ୍ରମ ଉଦଘାଟିତ

୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ )  ରଣପୁର :->  ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗଡବାଣିକିଲୋସ୍ଥ ଶହୀଦ ରଘୁ ଦିବାକର ଡିଗ୍ରୀ ମହାବିଦ୍ୟାଳୟ ରେ ଅତୀ ଧୁମ୍ ଧାମରେ କଲେଜ୍ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସହିତ ଅନ୍ତର୍ନିହିତ ଗୁଣାବଳିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ “ନୂଆ- ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ କରକମଳରେ ଦିନ ଗୋଟାଏ ବେଳେ ଉଦଘାଟିତ ହୋଇ ଯାଇଛି ।

ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନ ଓ ମୁଖ୍ୟ ବକ୍ତା ଇଁ ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଲୋଧଚୁଆ ପଞ୍ଚାୟତର ସମାଜ ସେବୀ ଶ୍ରୀଯୁକ୍ତ ସୂର୍ୟନରୟାଣ ପ୍ରଧାନ , ଗଡ଼ବାଣିକିଲୋ ପଞ୍ଚାୟତର ସରପଞ୍ଚ ଶ୍ରୀ ବ୍ରଜ କିଶୋର ରାଉତରାୟଙ୍କୁ ମହାବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଅତି ସୁନ୍ଦର ଭାବରେ କଳଘୋଡ଼ା ନୃତ୍ୟ ସହିତ ବାଜା ବାଣ ଫୁଟାଇ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ପାଛୋଟି ନେଇଥିଲେ ।

ଅନ୍ୟ ସମ୍ମାନିତ ଅତିଥି ଗ୍ରାମ୍ୟ କମିଟି ସଭାପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଡକ୍ଟର ଶୁଭଦର୍ଶନି ଦେବୀ ଓ ମହାବିଦ୍ୟାଳୟର ସ୍ଥାୟୀ ସଭାପତି ଶ୍ରୀମତୀ କ୍ରିଷ୍ଣା ଆଚାର୍ଯ୍ୟ ସଭାପତିତ୍ବରେ ମଞ୍ଚ ଆରମ୍ଭରୁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଥିଲେ । ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଯୋଧନ ବେହେରା ମଂଚ ପରିଚାଳନା, ଅଥିତି ପରିଚୟ ପ୍ରଦାନ କରିଥିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ଆଜିର ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବରିଷ୍ଠ କିରାଣି ଶ୍ରୀଯୁକ୍ତ ସୁମନ୍ତ ଚନ୍ଦ୍ର ପାଇକରାୟ ଦାୟିତ୍ଵ ନେଇ ସୁଚାରୁ ରୁପେ ତୁଲାଇଥିଲେ।

ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ନାଟକ  “ଯୋଜନା” ଯାହାକି ଶହୀଦ ରଘୁ ଦିବାକର ଡିଗ୍ରୀ କଲେଜ ଗଡବାଣୀକିଲୋର ଅଭାବ ଅସୁବିଧା କୁ ସରକାରଙ୍କ “ନୂଆ- ଓ” କାର୍ଯ୍ୟକ୍ରମ ମଧ୍ୟମରେ ଅତି ସୁନ୍ଦର ଭାବରେ ସମାଧାନର ସୁତ୍ରକୁ ଉପସ୍ଥାପନା ଉପସ୍ଥିତ ଅତିଥି, ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କ ମନ ମୋହିଥିଲା ।

ଛାତ୍ରୀ ମାନଙ୍କ ସାଜସଜ୍ଜା ପାଇଁ ନିକଟସ୍ଥ ନିଳପଲ୍ଲୀ ଗ୍ରାମର ଡ଼ାଇମଣ୍ଡ ବିଉଟୀ ପାର୍ଲୋରର ବିଉଟିସିଆନ ଶ୍ରୀମତି ପଦ୍ମିନୀ ସାହୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରିବାରେ ସହଯୋଗ କରିଥିଲେ। ଆସନ୍ତା ୧୯ ତାରିଖରୁ କ୍ରୀଡା, ସାମାଜିକ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପବିତ୍ର କୁମାର ସେଠୀ ସୁଚନା ଦେଇଛନ୍ତି।

ମଞ୍ଚ ସାଜସଜ୍ଜା ଓ ଲାଇଟ ମାଇକ୍ ବ୍ୟବସ୍ଥା ଦିନ ୮ଟା ସୁଧା ସାରିବାକୁ ନିର୍ଦ୍ଧେଶ ଥିଲେ ବି ଦିନ ଏଗାର ଟା ପର୍ଯ୍ୟନ୍ତ ଉଦଘାଟନୀ ମଂଚ ରେଡି ନ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇ ଥିଲା । ବିଳମ୍ବରେ ମଂଚ କାର୍ଯ୍ୟ ଆରମ୍ଭ ହୋଇ ଅତି ତରବରିଆ ଭାବରେ ପ୍ରଦୀପ ପ୍ରଜ୍ବଳନ ଓ ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକଙ୍କ ଅଭିଭାଷଣ କୁ ସଭକାର୍ଯ୍ୟରୁ ବାଦ ପଡ଼ିବା ସାଧାରଣରେ ଅସନ୍ତୋଷ ସୃଷ୍ଠି କରିଥିଲା .

ସମସ୍ତ କାର୍ଯ୍ୟକୁ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକ ମୁଖ୍ୟ ନୋଡାଲ ଅଧିକାରୀ ଭାବରେ ଶ୍ରୀ ମାନସ ରଞ୍ଜନ ମହାପାତ୍ର ତୁଲାଇ ଥିଲାବେଳେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅତିଥି, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମୀ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରଯାଇଥିଲା ।

Exit mobile version