ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) ଦିଗପହଣ୍ଡି :- ଦିଗପହଣ୍ଡି ରେ ବିଜୁ ଯୁବ ବାହିନୀ ସଂଯଜୋକ କୁଆଡେ ଉଭାନ ହୋଇଗଲେ ଯେ ପତ୍ତା ମିଳୁନି ସ୍ବେଚ୍ଛାକୃତ ଭାବେ କାର୍ଯ୍ୟକରୁଥିବା ସଦସ୍ୟ ମାନେ ନିରାଶ ହେଲେଣି ସେପଟେ ସଂଜଜୋକଙ୍କୁ ମାସିକ ବେତନ ମିଳୁନଥିବା ଯୋଗୁଁ ସେ କାମ ସକାଶେ ଆଗ୍ରହ ନଥିବା କହିଛନ୍ତି ଦିଗପହଣ୍ଡି ଏନଏସି ପାଇଁ ଏନଏସିରୁ ସଂଯୋଜକ ନିଯୁକ୍ତି କରାନଯାଇ ବ୍ଳକ୍ ର ପ୍ରାୟ ୧୬ କିଲୋମିଟର ଉର୍ଦ୍ଧ୍ବ ଦୁରତାରୁ ସେ ଆସୁଛନ୍ତି ଫଳରେ ଆମ ସହିତ ତାଙ୍କର ବିଜୁ ଯୁବ ବାହିନୀ ଗଠନ ହେବା ଦିନ ଠାରୁ ହିଁ କୌଣସି ପ୍ରକାର ତାରତମ୍ୟ ରହୁନାହିଁ ସେହିପରି ସ୍ଥାନୀୟ ବିଧାୟକ ତଥା ବାଚସ୍ପତିଙ୍କ ଠାରୁ ମଧ୍ୟ ଗତ ତିନି ବର୍ଷରେ ଏଯାବତ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିନାହିଁ ।
ସେହିପରି ଜିଲାରେ ବିଜୁ ଯୁବ ବାହିନୀର ନେତୃତ୍ୱ କିଏ ନେଉଛନ୍ତି ଆଉ କେଉଁ ଅଧିକାରୀ ଅଛନ୍ତି ଆଜି ସୁଦ୍ଧା ଜାଣି ହେଲା ନାହିଁ । ସମ୍ପ୍ରତି ମହାମାରୀ କରୋନା ସମୟରେ ଲକ ଡାଉନ ସଟ ଡାଉନ ସମୟରେ ମଧ୍ୟ ସେମାନଙ୍କୁ ସାହାଯ୍ୟ ସହଯୋଗ କେହି କରିଲେ ନାହିଁ ଯେତେବେଳେକି ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାହିନୀ ଗଠନ ହେବା ଦିନ ଠାରୁ ହିଁ ସାରା ରାଜ୍ୟରେ ଯୁବ ଶକ୍ତି ନିଜର ସଚେତନତା କାର୍ଯ୍ୟ କରି ଆସୁଛନ୍ତି । ଏଦିଗରେ ସରକାର ଦୃଷ୍ଟି ଦେବାକୁ ଏବେ ସମୟ ଆସିଛି, ନଚେତ ବିଜୁ ଯୁବ ବାହିନୀର ଯୁବ ଶକ୍ତି ବାଟ ବଣା ଯେ ହେବେ ସେଥିରେ ଦ୍ବିମତ ନାହିଁ ।
