ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦେଉଳିରେ “ନୁଆ- ଓ” କାର୍ଯ୍ୟକ୍ରମ ଉଦଯାପିତ

୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ :-> ଖୋର୍ଦ୍ଦା ଜିଲ୍ଲା, ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଉଳି ରେ “ନୁଆ – ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ରାଜ କିଶୋର ବ୍ରହ୍ମା , ମୁଖ୍ୟ ବକ୍ତା ଭାବରେ ବୋଲଗଡ ବ୍ଳକ୍ ଉପାଧକ୍ଷ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ଅଶେଷ ପ୍ରଶଂସା କରିଥିଲେ।

ଅନ୍ୟ ସମ୍ମାନିତ ଅତିଥି ମାନେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭାଗିରଥି ସାହୁ, ସ୍ଥାନୀୟ ସରପଂଚ ଶ୍ରୀ ପ୍ରଦୀପ କୁମାର ବାରିକ, କଡବ ପଞ୍ଚାୟତ ସରପଞ୍ଚ ନଳିନୀ କାନ୍ତ ବଡ଼ଜେନା, ସନପଦର୍ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଉକ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ତପନ କୁମାର ଜେନା ସଭାପତିତ୍ବ କରିଥିଲା ବେଳେ

ଅଧ୍ୟାପକ ତ୍ରିଲୋଚନ ସାହୁ ଅତିଥି ପରିଚୟ କରାଇ ଥିଲେ। ଅଧ୍ୟାପକ କେଦାରନାଥ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ସପ୍ତାହେ ବ୍ୟାପି କରାଯାଇଥିବା ବିଭିନ୍ନ ସାମାଜିକ ସଚେତନତା, ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଉତିନ୍ନ ହୋଇଥିବା କୃତୀ ପ୍ରତିଭାଗି ମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା।

“ଶ୍ରେଷ୍ଠ ଶିକ୍ଷାର୍ଥୀ” ଭାବେ ଯୁକ୍ତ ଦୁଇ ବିଜ୍ଞାନ ଦିତୀୟ ବର୍ଷା ଛାତ୍ରୀ ସ୍ୱେତାଲିନ ପ୍ରିୟଦର୍ଶିନୀ ସାହୁ, କ୍ରୀଡ଼ାରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ର ଶୁଭମ୍ ସ୍ୱାଇଁ ଚମ୍ପିୟାନ ହୋଇଥିଲା ବେଳେ ଦ୍ୱିତୀୟ ବର୍ଷ କଳା ଛାତ୍ର ଓମ୍ ପ୍ରକାଶ ମତଗଜ ସିଂ ରନର୍ଶପ ହୋଇଛନ୍ତି। ବାଳିକା ବିଭାଗରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ରୀ ରୂପାଲୀ ସାମନ୍ତରାୟ ଚମ୍ପିୟାନ ,

ମୋନାଲିସା ସାହୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ରନରସପ ହୋଇଛନ୍ତି। କାର୍ଯ୍ୟକ୍ରମକୁ ମାଧମିକ ବିଦ୍ୟାଳୟର ଅଧ୍ୟାପକ ଭଗବାନ ଜେନା, ରାମଚନ୍ଦ୍ର ଜେନା, ଉମାକାନ୍ତ ଓଝା, ପ୍ରତାପ ଚନ୍ଦ୍ର ବେହେରା, ସମୀର ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ବେହେରା,

ଆଲୋକ ମାନସିଂ, ସର୍ବେଶ୍ଵର ସାହୁ ଓ ଅଧ୍ୟାପିକା ଆମୀୟବାଳା ନନ୍ଦ, ପଦ୍ମାଳୟା ମହାରଣା, ଚାରୁଲତା ନାୟକ ଗାୟତ୍ରୀ ଦାସ , କଲ୍ୟାଣୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ରାମଚନ୍ଦ୍ର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ଥ ଅତିଥି,

ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ ଖାଦ୍ୟ ପେୟ ବ୍ୟବସ୍ଥା କରାଯାଇ ଥିଲା।କ୍ରୀଡ଼ାରେ ୬୦ ଜଣ, ସାମାଜିକ ସଚେତନତା ପାଇଁ ୩୦ ଜଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୩୦ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିବାର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଜେନା ସୁଚନା ଦେଇଛନ୍ତି।

Exit mobile version