ରାଜସୁନାଖଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସାଂସ୍କୃତିକ” କାର୍ଯ୍ୟକ୍ରମ

୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :->  ନୟାଗଡ଼ ଜିଲ୍ଲାର ରାଜସୁନାଖଳ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୁଆ- ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ଦିନ ୧୦ ଘଣ୍ଟିକାରୁ ଆରମ୍ଭ ହୋଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ, ନାଚ , ଗୀତ ଓ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ମହାନ୍ତି ସଭାପତିତ୍ବ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ସ୍ବାଗତ ଭାଷଣ ଦେଇଥିଲେ ।

ମଞ୍ଚ ପରିଚାଳନା ଅଧ୍ୟାପକ ଡକ୍ଟର ଅକ୍ଷୟ କୁମାର ମହାନ୍ତି କରୁଥିବା ବେଳେ ଅଧ୍ୟାପକ ଭାଗିରଥି ପାଢ଼ୀ ସହଯୋଗ କରିଛନ୍ତି। ଓଡ଼ିଆ ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ବେଦପାଠ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ ଦାୟିତ୍ୱରେ ଅଧ୍ୟାପିକା ଡକ୍ଟର ସର୍ବରି ବେହେରା ଥିବାବେଳେ ମୁଖ୍ୟ ପରିଚାଳନା ଦାୟିତ୍ୱ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ସାହୁ ତୁଲାଇ ଛନ୍ତି । ବିଗତ କାର୍ଯ୍ୟ ଦିବସରେ ରଚନା, ବତ୍କୃତା ,

ଗୀତ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇସାରିଥିବ ବେଳେ ,ନିଶା ନିବରଣ, ଯୌତୁକ ବିରୋଧୀ, ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ, ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଆଦି ସାମାଜିକ ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଛି। । ସାମାଜିକ ସଚେତନତା କାର୍ଯ୍ୟକ୍ରମ କୁ ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି,ଅଧ୍ୟାପିକା ଯୋତିର୍ମୟୀ ପ୍ରଧାନ ଓ ଅରୁନ୍ଧତୀ ସାମଲ ଅତି ଶୃଙ୍ଖଳାର ସହିତ ଛାତ୍ର ଛାତ୍ରୀ ମାନଙ୍କ ସହ ଗ୍ରାମ ପରିକ୍ରମା ମାଧ୍ୟମରେ ସମ୍ପାଦନା କରିଥିବାର ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ଆଜିର ଦିନରେ ଛାତ୍ର ଛାତ୍ରୀ ମାନେ ବିଶେଷ ଆଗ୍ରହର ସହ ନୃତ୍ୟ ଗୀତ ପରିବେଷଣ ସହ ଏକକ ଅଭିନୟ କରି ସମଗ୍ର ପରିବେଶକୁ ଆମୋଦିତ କରିଥିଲେ। ଆସନ୍ତା ୨୦ ତାରିଖ ଦିନ ୯ଟା ବେଳ ପୁରସ୍କାର ବିତରଣ ସହ ଉଦଯାପନୀ ଉତ୍ସବ ପାଳନ ପାଈଁ ସ୍ଥିର କରାଯାଇଛି । ଆସନ୍ତା କାଲି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ କ୍ରୀଡା ପ୍ରତିଯୋଗିତା ପାଇଁ ସ୍ଥିର କରାଯାଇଛି ।

Exit mobile version